Home ଓଡ଼ିଶା ପାଣି ପାଇଁ ହାହାକାର କୁଲିଗାଁ ଗ୍ରାମବାସୀ: ଏକ ଗରା ସ୍ୱଛପାଣି ପାଇଁ ଜଗିବାକୁ ପଡୁଛି ୨...

ପାଣି ପାଇଁ ହାହାକାର କୁଲିଗାଁ ଗ୍ରାମବାସୀ: ଏକ ଗରା ସ୍ୱଛପାଣି ପାଇଁ ଜଗିବାକୁ ପଡୁଛି ୨ ଘଣ୍ଟା

404

ଖଡିଆଳ/ନୂଆପଡା- ୨୯.୦୫.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ) ମାତ୍ରାଧିକ ଉତାପ ଯୋଗୁଁ ବର୍ତ୍ତମାନ ସହର ସମେତ ଗ୍ରାମଂଚଳରେ ଜଳସ୍ତର ନିମ୍ନଗାମୀ ହୋଇପଡିଛି। ଯେଉଁ ନଳକୂପ ମାନଙ୍କରେ ଠିକ ଭାବରେ ପାଣି ବାହାରୁଥିଲା ସେହି ନଳକୂପ ମାନଙ୍କରେ ଗତ ୧୫ ଦିନ ହେଲା ପ୍ରବଳ ଉତାପ ଯୋଗୁଁ ଜଳସ୍ତର ନିମ୍ନଗାମୀ ହେବାଫଳରେ ଲୋକଙ୍କୁ ପାନୀୟ ଜଳର ଘୋର ଅସୁବିଧା ହେଉଥିବା ଦେଖିବାକୁ ମିଲିଛି। ସୂଚନା ଥାଉକି ଅନେକ ନଳକୂପ ମାନଙ୍କରେ ପାଣି ଠିକ ରେ ବାହାରୁଥିଲେ ମଧ୍ୟ ସେହି ନଳକୂପ ମାନଙ୍କରେ ଫ୍ଲୋରାଇଡ ଥିବା ଯୋଗୁଁ ଖଡିଆଳ ଗ୍ରାମ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ସେହି ନଳକୂପ ମାନଙ୍କର ପାଣି ସେବନ କରିବା ପାଇଁ ମନା କରାଯାଇଛି। ଯାହାଫଳରେ ଯେଉଁ ନଳକୂପରେ ଠିକ ପାଣି ବାହାରୁଛି ସେହିନଳକୂପ ରେ ପ୍ରବଳ ଭିଡ ଅନୁଭୁତ ହେଉଥିବା ଦେଖିବାକୁ ମିଳିଛି। ସୂଚନା ମତେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କୁଲିଗାଁ ଗ୍ରାମରେ ୯ ଗୋଟି ନଳକୂପ ଥିବା ବେଳେ ୫ ଗୋଟି ନଳକୂପ ରେ ଫ୍ଲୋରାଇଡ ପାଣି ବାହାରୁଛି। ଯାହାଫଳରେ କୁଳିଗାଁ ଗ୍ରାମବାସୀ ଗୋଟିଏ ନଳକୂପର ପାଣି ସେବନ କରୁଥିବା ଦେଖିବାକୁ ମିଲିଛି। ଗୋଟିଏ ନଳକୁପର ପାଣି ସମସ୍ତେ ନେଉଥିବାରୁ ଶତାଧିକ ମହିଳାମାନେ ମାଠିଆ, ଗରା, ବାଲଟି ଧରି ରାତ୍ର ୪ ଘଣ୍ଟା ସମୟରୁ ନଳକୂପରେ ଧାଡି ବାନ୍ଧିଥାନ୍ତି। ଜଣେ ମହିଲା ଙ୍କୁ ଗରାଏ ପାଣି ପାଇଁ ୨ ଘଣ୍ଟାରୁ ଅଧିକ ସମୟ ଜଗିବାକୁ ପଡୁଛି। ଯାହାଫଳରେ ଗ୍ରାମରେ ସ୍ୱଛ ପାନୀୟ ଜଳ ସଂଙ୍କଟ ଦେଖିବାକୁ ମିଲିଛି। ସୂଚନା ଥାଉକି କୁଲିଗାଁ ଗ୍ରାମରେ ଲୋକ ସଂଖ୍ୟା ୧୦୦୦ ରୁ ଅଧିକ ଥିବା ବେଳେ ଭୋଟର ସଂଖ୍ୟା ୮୪୮ ଅଛନ୍ତି। ୧୦୦୦ ଲୋକ ସଂଖ୍ୟା ବିଶିଷ୍ଟ ଗ୍ରାମରେ ୯ ଗୋଟି ନଳକୂପ ଅଛି, ଠିକ ଅଛି। କିନ୍ତୁ ୮ ଗୋଟି ନଳକୂପରେ ଫ୍ଲୋରାଇଡ ଥିବା ଯୋଗୁଁ ଗୋଟିଏ ନଲକୂପରେ ରେ ସମସ୍ତେ ନିର୍ଭର କରୁଥିବାରୁ ସ୍ୱଛ ପିଇବା ପାଣି ସମସ୍ୟା ଦେଖା ଦେଇଛି। ଏବିଷୟରେ ସ୍ଥାନୀୟ ସାନମହେଶ୍ୱର ସରପଂଚ ବିଦୁର କୁମାର ଶବର ଙ୍କ ସହିତ ଯୋଗାଯୋଗ କରାଯିବାରୁ ଘଟଣାକୁ ସ୍ୱିକାର କରିଥିଲେ। ଆଉ ୨ ମାସ ଅପେକ୍ଷା କଲେ ମେଗା ଯୋଜନାରେ ପାଇପ କାମ ଯୁଦ୍ଧ କାଳୀନ ଭାବରେ ଚାଳିଛି। ପାଇପ ପୋତା କାମ ସମ୍ପୂଣ୍ଣ ହେଲେ ସମସ୍ତ ଗ୍ରାମବାସୀ ଙ୍କୁ ସ୍ୱଛ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.