Home ଓଡ଼ିଶା ପରଲୋକରେ ଦେଶର ପ୍ରଥମ ମହିଳା ଡିଜିପି କଞ୍ଚନ ଚୌଧୁରୀ

ପରଲୋକରେ ଦେଶର ପ୍ରଥମ ମହିଳା ଡିଜିପି କଞ୍ଚନ ଚୌଧୁରୀ

234

ନୂଆଦିଲ୍ଲୀ,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଦେଶର ପ୍ରଥମ ମହିଳା ଡିଜିପି କଞ୍ଚନ ଚୌଧୁରୀ ଆଉ ନାହାନ୍ତି। ଦୀର୍ଘଦିନ ଧରି ରୋଗଶଯ୍ୟାରେ ପଡ଼ିବା ପରେ ସୋମବାର ତାଙ୍କ ପରଲୋକ ଘଟିଛି। ତାଙ୍କ ଜୀବନୀକୁ ନେଇ ଦୂରଦର୍ଶନରେ ‘ଉଡ଼ାନ୍‌’ ନାମକ ଏକ ଧାରାବାହିକ ପ୍ରଦର୍ଶିତ ହେଉଥିଲା। ସେଥିରେ ମୁଖ୍ୟ ଚରିତ୍ର କଞ୍ଚନ ଚୌଧୁରୀଙ୍କ ନାଁ କଲ୍ୟାଣୀ ସିଂହ ରହିଥିଲା। ଏହି ଚରିତ୍ରରେ କଞ୍ଚନ ଚୌଧୁରୀଙ୍କ ସାନ ଭଉଣୀ କବିତା ଚୌଧୁରୀ ଅଭିନୟ କରିଥିଲେ।

ତାଙ୍କ ଜୀବନୀ ଉପରେ ଆଧାରିତ ସିରିୟଲ ଉଡାନ୍‌ ଆଦି ବି ଜନମାନସରେ ଉଜ୍ଜୀବିତ ହୋଇ ରହିଛି। ୧୯୮୯ ମସିହାରେ ‘‘ଉଡ଼ାନ୍‌’’ ଆରମ୍ଭ ହୋଇଥିଲା। ଶୋ’ରେ କଲ୍ୟାଣୀଙ୍କ ଅଦମ୍ୟ ସାହସ, ଧୈର୍ଯ୍ୟ, ଉପସ୍ଥିତ ବୁଦ୍ଧି ସେତେବେଳେ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ସିରିୟଲର ଲେଖା ଏବଂ ନିର୍ଦ୍ଦେଶନା ମଧ୍ୟ କବିତା ଚୌଧୁରୀ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.