Home କୋରାପୁଟ ପଟ୍ଟାଙ୍ଗୀ ଲ୍ୟାମ୍ପରୁ ସାର ହେରଫେର ଘଟଣା; ବହୁଦିନ ଧରି ବନ୍ଦ ରହିଥିବା ଗୋଦାମଘରର ତାଲା ଭଙ୍ଗାଗଲା

ପଟ୍ଟାଙ୍ଗୀ ଲ୍ୟାମ୍ପରୁ ସାର ହେରଫେର ଘଟଣା; ବହୁଦିନ ଧରି ବନ୍ଦ ରହିଥିବା ଗୋଦାମଘରର ତାଲା ଭଙ୍ଗାଗଲା

231

କୋରାପୁଟ ୨୫-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ) ପଟ୍ଟାଙ୍ଗୀ ଲ୍ୟାମ୍ପରୁ ସାର ହେରଫେର ଘଟଣାର ବହୁଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ କେନ୍ଦ୍ରୀୟ ବ୍ୟାଙ୍କର ସୁପରଭାଇଜର ଓ ଲ୍ୟାମ୍ପ କର୍ମଚାରୀଙ୍କ ଉପସ୍ଥିତିରେ ଆଜି ଗୋଦାମଘରର ତାଲା ଭଙ୍ଗାଯାଇଥିଲା।ଗତ ଫେର୍ବୁଆରୀ ମାସ ୨୨ ତାରିଖରେ ୧୬ ଲକ୍ଷ ୨୪ ହଜାର ଟଙ୍କାର ସାର ହେରଫେର ହୋଇଥିବା ଜଣାପଡିଥିଲା ବୋଲି କେନ୍ଦ୍ରୀୟ ବ୍ୟାଙ୍କର ସୁପରଭାଇଜର ଦିଗାମ୍ବର ନାୟକ ପ୍ରକାଶ କରିଥିଲେ।ଗତ ମାର୍ଚ୍ଚମାସ ୨ ତାରିଖରେ ଥାନାରେ ଏକ ଏତାଲା ଦିଆଯାଇଥିଲା ଓ ପୁର୍ନବାର ଗତ ୩ ତାରିଖରେ ମଧ୍ୟ ଥାନାରେ ଏତାଲା ଦିଆଯାଇଥିଲା ବୋଲି ସେ ସୂଚନା ଦେଇଥିଲେ।ସେତେବେଳେ ଏମଡି ଥିବା ବସନ୍ତ ଦାସଙ୍କୁ ପାପଡାହାଣ୍ଡିକୁ ବଦଳି କରାଯାଇଥିଲା ଓ କର୍ମଚାରୀ ରୂପଧର ପାଙ୍ଗୀଙ୍କୁ ନିଳମ୍ବିତ କରାଯାଇଥିଲା।ଲ୍ୟାମ୍ପକୁ ରୂପଧର ୧ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ବାକି ରହିଥିବା ଅର୍ଥ ପ୍ରଦାନ ନ କରି ସେ ଫେରାର ଥିବା ଶ୍ରୀ ନାୟକ ପ୍ରକାଶ କରିଥିଲେ।ଲ୍ୟାମ୍ପ ଏମଡି ରାମଚନ୍ଦ୍ର ଖେମୁଣ୍ଡୁ, ସଭାପତି ଯିଶୁ ଖିଲ, ନିର୍ଦ୍ଦେଶକ ରାମଚନ୍ଦ୍ର ଖିଲ, ଶଶିପାତ୍ର ଖରା, ହରପ୍ରୀୟା ମହାପାତ ପ୍ରମୁଖ୍ରଙ୍କ ଉପସ୍ଥିତିରେ ତାଲା ଭଙ୍ଗା ଯାଇଥିଲା ଓ ମାତ୍ର ୧୪ ବସ୍ତା ସାର ଥିଲା ବୋଲି ସେ ସୂଚନା ଦେଇଥିଲେ।ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ସେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.