Home ଓଡ଼ିଶା ନ୍ୟୁୟର୍କରେ ମୋଦି

ନ୍ୟୁୟର୍କରେ ମୋଦି

420

ନୂଆଦିଲ୍ଲୀ,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ହଷ୍ଟନରେ ହାଉଡି ମୋଦି କାର୍ଯ୍ୟକ୍ରମ ପରେ ମୋଦି ନିୟର୍କରେ ପହଞ୍ଚିଛନ୍ତି । ଜଳବାୟୁ ପରିବର୍ତ୍ତନ ଉପରେ ସଞ୍ଜୁକ୍ତ ରାଷ୍ଟ୍ର ମହାଶଚିବଙ୍କ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ମୋଦି ନ୍ୟୟର୍କରେ ପହଞ୍ଚିଛନ୍ତି । ଏଥିରେ ସେ କ୍ଲାଇମେଟ ଚେଞ୍ଜ୍ ସମିତିକୁ ସମ୍ବୋଧିତ କରିବେ । ଏଥିସହିତ ଆତଙ୍କବାଦ ମାମଲାରେ କିଛି ଦେଶର ନେତାମାନଙ୍କ ସହ ସାକ୍ଷାତ କରିବେ ମୋଦି ।

ମୋଦି 21 ରୁ 27 ସେପ୍ଟେମ୍ବର ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଅଛନ୍ତି । ଏହି ଗସ୍ତରେ ପିଏମ୍‌ ମୋଦି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଗୁରୁତ୍ୱ ପୂର୍ଣ୍ଣ ବୈଠକ କରିବେ । ସଞ୍ଜୁକ୍ତ ରାଷ୍ଟ୍ରର ମହାଶଭାରେ ବାର୍ଷିକ ସମ୍ମିଳନୀର ମଧ୍ୟ ସମ୍ବୋଧିତ କରିବେ । 24 ସେପ୍ଟମ୍ବରରେ ମୋଦି ୟୁଏନ୍‌ଏସ୍‌ଜି ତରଫରୁ ମଧ୍ୟାହ୍ନ ମଭୋଜନରେ ଅଂଶ ନେବେ । । ଏଥିସହିତ ମହାତ୍ମା ଗାନ୍ଧିଙ୍କର 150 ବର୍ଷ ପୁର୍ତ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଭାଗ ନେବେ । 25 ସେପ୍ଟେମ୍ବରରେ ମୋଦି କୌରିକୋମ୍‌ ର ବୈଠକରେ ଭାଗ ନେବେ । ଯେଉଁଠି ଟ୍ରମ୍ପଙ୍କ ସମେତ 20 ଜଣ ନେତାମଧ୍ୟ ସାମିଲ୍‌ ହେବେ । 27 ସେପ୍ଟେମ୍ବର ଶେଷ ଦିନରେ ମୋଦି ୟଏନଜୀଏ ସେଶନକୁ ସମ୍ବୋଧିତ କରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.