Home ଜିଲ୍ଲା ପରିକ୍ରମା ନେହେରୁ ଷ୍ଟାଡିୟମ୍ ଠାରେ ନୂତନ ଜିମ୍‌ନାସିୟମ୍ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ନେହେରୁ ଷ୍ଟାଡିୟମ୍ ଠାରେ ନୂତନ ଜିମ୍‌ନାସିୟମ୍ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

19

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ପ୍ରଥମ ଥର ପାଇଁ ଏକ ଖୁସିର ଖବର ଯୁବପିଢିଙ୍କ ପାଇଁ ନେହେରୁ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି । ଭଦ୍ରକର ମାନ ସମ୍ମାନକୁ ବୃଦ୍ଧି କରିବା ସହିତ ଜିଲାର ପିଲାମାନେ ବି ୱାଲର୍ଡରେ ଅଲମ୍ପିକ୍ସରେ ଭାଗ ନେଇପାରିବେ । ସେହିପରି କ୍ରିକେଟ୍‌, ହକି, ଫୁଟବଲ୍ ଇତ୍ୟାଦିରେ ତାଲିମ୍ ଦିଆଯିବା ସହ ମୁଖ୍ୟତଃ ପିଲାମାନଙ୍କୁ ଜିମ୍‌ନାସିୟମ୍ ଖେଳର ତାଲିମ୍ ଦିଆଯିବ । ତେଣୁ ଆଜି ସକାଳେ ଏକ ନୂତନ ଗୃହର ଭୂମିପୂଜନ କରାଯାଇଛି । ଏହି ପୂଜନ ଉତ୍ସବରେ ବିଧାୟକ ସଂଜୀବ ମଲ୍ଲିକ ଓ ଶୁଭେନ୍ଦୁ ରାୟ ମହାପାତ୍ରଙ୍କ ସହ ବହୁ କ୍ରୀଡାବିତ୍ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.