Home ଓଡ଼ିଶା ନାଲକୋ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ: ମାନବିକ ଅଧିକାର କମିଶନ ତଦନ୍ତ ଦାବି କଲେ ଆମ୍ବଗାଁ...

ନାଲକୋ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ: ମାନବିକ ଅଧିକାର କମିଶନ ତଦନ୍ତ ଦାବି କଲେ ଆମ୍ବଗାଁ ଗ୍ରାମବାସୀ

697

କୋରାପୁଟ ୦୭-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ) ) ଆମ୍ବଗାଁରେ ପାଚେରୀ ନିର୍ମାଣକୁ ନେଇ ନାଲକୋ ଏବଂ ଆମ୍ବଗାଁ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ନାଲକୋ ପ୍ରଶାସନ ପୁଲିସ ଓ ଗୁଣ୍ଡା ଲଗାଇ ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ସାଂଘାତିକ ଅଭିଯୋଗ କରିଛନ୍ତି ଗ୍ରାମର ଯୁବଗୋଷ୍ଠୀ। ସେମାନେ ଶାନ୍ତିରେ ବଂଚିବାକୁ ନିଜ ଅଧିକାର ମାଗୁଥିବାବେଳେ ନାଲକୋ ନିଜ ଜିଦରେ ଅଟଳ ରହି ବିବାଦ ବଢେଇ ଚାଲିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମର ଅନେକ ଲୋକଙ୍କ ବିରୁଦ୍ଧରେ ମିଥ୍ୟା ମାଲା ରୁଜୁ କରି ଗରିବ ଖଟିଖିଆଙ୍କୁ ହଇରାଣ କରୁଥିବାବେଳେ ନାଲକୋର ପ୍ରରୋଚନାରେ ସ୍ଥାନୀୟ କେତେକ ଠିକାଦାର ଗୁଣ୍ଡା ଲଗାଇ ଗ୍ରାମର ଯୁବକ ମାନଙ୍କୁ ଆକ୍ରମଣ କରିବା ଓ ଝିଅ ବୋହୁଙ୍କ ପ୍ରତି ଦୁର୍ବ୍ୟବହାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଜି କୋରାପୁଟ ଉପ-ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋର୍ଟରେ ହାଜର ହେବାକୁ ଦୁଇଶହରୁ ଉର୍ଦ୍ଧ୍ୱ ମହିଳା ଏବଂ ପୁରୁଷ ଆସିଥିବାବେଳେ ଗଣ ମାଧ୍ୟମକୁ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେମାନେ କେବେ ନାଲକୋ ବିରୁଦ୍ଧରେ ଯାଇ ନାହାନ୍ତି, କେବଳ ଜମିବାଡି ଯାଇଥିବାରୁ ନିଜର ଅଧିକାର ଅନୁଯାୟୀ କାମଧନ୍ଦା, ଶିକ୍ଷା, ସ୍ୱାସ୍ଥ୍ୟ ସେବା ସହ ଗାଁକୁ ରାସ୍ତା ମାଗିଛନ୍ତି ହେଲେ ନାଲକୋ ପ୍ରଶାସନ ସେଥିପ୍ରତି ଦୃଷ୍ଟି ନଦେଇ ଜୋର ଜବରଦସ୍ତ ପାଚେରୀ କରିବାକୁ ଅଡି ବସିଛି ବୋଲି ଗ୍ରାମର ଡମ୍ବରୁଧର ଭୋଇ, ଦାଶରଥି ଯାନୀ, ମୋହନ ଦାମି, ସୁରେନ୍ଦ୍ର ଦାମି ପ୍ରମୁଖ ଅଭିଯୋଗ କରିଛନ୍ତି। ତେଣୁ ଆମ୍ବଗାଁ ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ମାନବିକ ଅଧିକାର କମିଶନ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଜିଲାପାଳ, ବିଧାୟକ, ସାଂସଦ ମନ୍ତ୍ରୀ କେହି ଗ୍ରାମବାସୀଙ୍କ ଦୁଖ ବୁଝିଲେନି ତେଣୁ ମାନବିକ ଅଧିକାର କମିଶନଙ୍କ ହସ୍ତକ୍ଷେପରେ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଗ୍ରାମର ଯୁବକମାନେ ମତ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.