Home ଓଡ଼ିଶା ଦୁର୍ଲଭ ବ୍ରହ୍ମ କମଳ ଫୁଲ ଦେଖିବାକୁ ଭିଡ଼

ଦୁର୍ଲଭ ବ୍ରହ୍ମ କମଳ ଫୁଲ ଦେଖିବାକୁ ଭିଡ଼

189

ବାଲିଗୁଡ଼ା, ୧୯/୬ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ୍ର ପଣସପଡ଼ି ସାହି ଅଞ୍ଚଳରେ ଦେଖିବାକୁ ମିଳିଛି, ଦୁର୍ଲଭ ଫୁଳ “ବ୍ରହ୍ମ କମଳ” ଏହି ଫୁଲ ପଣସପଡ଼ି ସାହି ନିବାସୀ ନିଳମାଧବ ପଣ୍ଡାଙ୍କ ବାସଭବନରେ ଦୀର୍ଘ ଦୁଇବର୍ଷ ପରେ ଏହି ବ୍ରହ୍ମ କମଳ ଫୁଲ ପୁଟିଥିବା ଯୋଗୁଁ ଆଖପାଖ ସାହି ବାସିନ୍ଦା ତଥା ବହୁ ଦୂର ଦୂରାନ୍ତରୁ ଏହି ଫୁଲର ଦର୍ଶନ କରିବା ପାଇଁ ଭିଡ଼ ଦେଖିବାକୁ ମିଳିଛି। ଶ୍ରୀ ପଣ୍ଡାଙ୍କ ବାସଭବନରେ ଏହି ବ୍ରହ୍ମ କମଳ ଫୁଲ ଫୁଟିଥିବା ହେତୁ ସେ ନିଜକୁ ଭାଗ୍ୟବାନ ମନେ କରି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଭକ୍ତକୁ ନିକଟସ୍ଥ ଦକ୍ଷୀଣ କାଳୀ ଓ ବିରୁପାକ୍ଷ ମହାଦେବଙ୍କ ଠାରେ ଲାଗି କରାଯାଇଛି। ବ୍ରହ୍ମ କମଳ ଫୁଲ ଧଳାରଙ୍ଗର ଯାହାକି, ସୃଷ୍ଟିର ରଚୟିତା ସ୍ୱୟଂ ବ୍ରହ୍ମାଙ୍କ ରୂପ ବୋଲି ଲୋକେ ମାନିଥାନ୍ତି, ଯେଉଁ ବ୍ୟକ୍ତି ଏହି ଫୁଲକୁ ଦର୍ଶନ କରିଥାନ୍ତି ତାଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ପୌରାଣିକ ମହତ୍ତ୍ୱରୁ ଶୁଣି ଏହାକୁ ବିଶ୍ୱାସ କରିଥାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.