Home କନ୍ଧମାଳ ଦ୍ରୁତ ପ୍ରସ୍ତୁତି ପଥେ ବାଲିଗୁଡ଼ା ରଥ ନିର୍ମାଣ

ଦ୍ରୁତ ପ୍ରସ୍ତୁତି ପଥେ ବାଲିଗୁଡ଼ା ରଥ ନିର୍ମାଣ

153

ବାଲିଗୁଡ଼ା, ୧୯/୬ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ଆଉ କେଇଟା ଦିନ ପରେ ଆରମ୍ଭ ହେବ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଏନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ରଥ ନିର୍ମାଣ କାର୍ଯ୍ୟ ଜଗନ୍ନାଥ ମନ୍ଦିର ନିକଟ ଜଗନ୍ନାଥ ମାର୍କେଟ ପରିସର ମଧ୍ୟରେ ଜୋରସୋରରେ ଆରମ୍ଭ ହୋଇ ଯାଇଛି, ଏହି ପରିପ୍ରେକ୍ଷିରେ ସମଗ୍ର ଅଞ୍ଚଳ ଚଳ ଚଞ୍ଚଳ ହେବା ସହ ଏକ ଧାର୍ମିକ ପରିବେଶ ସୃଷ୍ଟି କରିଛି। ରଥଯାତ୍ରା ଆରମ୍ଭ ଠାରୁ ଶେଷ ବାହୁଡ଼ା ଯାତ୍ରାକୁ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେନେଇ ପୂର୍ବରୁ ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକରେ ଆଲୋଚନା କରଯାଇ ବିଭିନ୍ନ ଦାୟିତ୍ୱ ବିଭିନ୍ନ ବ୍ୟକ୍ତି ବିଶେଷ ତଥା ଟ୍ରଷ୍ଟର ସଦସ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଛି, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ କନିଷି ନିକଟରୁ ମନ୍ଦିର ରଙ୍ଗବେରଙ୍ଗ କରିବା ପାଇଁ ଦକ୍ଷ କାରିଗର ନିଜର କାରୁକାର୍ଯ୍ୟ ଆରମ୍ଭ କରି ଦେଇଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ବ୍ରହ୍ମପୁର ନିକଟସ୍ଥ ମସିହାଖାଲ ଅଞ୍ଚଳରୁ କାରିଗର ଓ ବଢ଼େଇମାନେ ଆସି ଜୋରସୋରରେ କାମ ଆରମ୍ଭ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଅନ୍ୟପକ୍ଷରେ ତିନୋଟି ଯାକ ରଥର ରଙ୍ଗୀନ ସାଜସଜ୍ଜା କଲର କାର୍ଯ୍ୟରେ ବାଲିଗୁଡ଼ା ନୂଆସାହିର ଦକ୍ଷ କାରିଗରମାନେ ସେମାଙ୍କ କାରୁକାର୍ଯ୍ୟ ମଧ୍ୟ ଆରମ୍ଭ କରି ସାରିଲେଣି ସଂପୂର୍ଣ୍ଣ କାର୍ଯ୍ୟ ଦୁଇତିନି ଦିନ ମଧ୍ୟରେ ଶେଷ ହୋଇଯିବ ବୋଲି ସମସ୍ତ କାରିଗରମାନେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.