Home କେନ୍ଦ୍ରାପଡ଼ା ଦୀନବନ୍ଧୁ ଆଇନ୍ କଲେଜ ପରିଚାଳନା ପରିଷଦ ସଭ୍ୟ ଓ ବରିଷ୍ଠ କର୍ମଚାରୀଙ୍କ ବିୟୋଗରେ ଶୋକ

ଦୀନବନ୍ଧୁ ଆଇନ୍ କଲେଜ ପରିଚାଳନା ପରିଷଦ ସଭ୍ୟ ଓ ବରିଷ୍ଠ କର୍ମଚାରୀଙ୍କ ବିୟୋଗରେ ଶୋକ

64

କେନ୍ଦ୍ରାପଡା, ୫-୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ୍ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭ୍ୟ, ସମାଜସେବୀ ସୂର୍ଗତ ବଟକୃଷ୍ଣ ପ୍ରଧାନ ଓ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ସୂର୍ଗତ କିଶୋର ଚନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଏକ ଶୋକସଭା ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ତଥା କେନ୍ଦ୍ରାପଡ଼ା ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ତଥା ଡେରାବିଶ୍ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ବହୁମୁଖୀ ପ୍ରତିଭା ଯଥା ଛତାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଡେରାବିଶ ମହାବିଦ୍ୟାଳୟ, ଛତା ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ, ଦୀନବନ୍ଧୁ ସାହୁ ଆଇନ୍ ମହାବିଦ୍ୟାଳୟ ନିଳିକଣାସ୍ଥିତ ବଳଦେବଜୀଉ ଗୋରକ୍ଷଣୀ ପ୍ରଭୁତି ଅନୁଷ୍ଠାନ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଆଇନ୍ ମହାବିଦ୍ୟାଳୟ ଆରମ୍ଭ ସମୟରୁ ସ୍ୱର୍ଗତ କିଶୋର ଚନ୍ଦ୍ର ପ୍ରଧାନ ୩ୟ ଶ୍ରେଣୀ କର୍ମଚାରୀ ଭାବରେ ଯୋଗଦେଇ ଅନୁଷ୍ଠାନ ଗଢ଼ି ତୋଳିବାରେ ଯେଉଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ବ୍ୟକ୍ତାମାନେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଶରତ ଚନ୍ଦ୍ର ସାହୁ, ଅଧ୍ୟାପକ ତିମିରକାନ୍ତ ପରିଜା, କଳିଙ୍ଗ କେଶରୀ ବେହେରା, ଡ଼ଃ ଚିରଞ୍ଜିବି ପଣ୍ଡା, ରାଜକିଶୋର ମହାନ୍ତି, ବରିଷ୍ଠ କର୍ମଚାରୀ କୃପାସିନ୍ଧୁ ସାହୁ, ନିହାର ରଞ୍ଜନ ସ୍ୱାଇଁ, ନରେନ୍ଦ୍ର କୁମାର ମହାନ୍ତି, ପ୍ରିୟ ରଞ୍ଜନ ପ୍ରତିହାରୀ, ରମେଶ ଚନ୍ଦ୍ର ମହାପାତ୍ର, ଅବନି ରଞ୍ଜନ ନାୟକ, ରମେଶ ଚନ୍ଦ୍ର ପଲାଇ, ଶାରଦା ପ୍ରସାଦ ମହାନ୍ତି, ରାମଚନ୍ଦ୍ର ପ୍ରଧାନ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ବଳରାମ ଦାସ, ଅର୍ଜ୍ଜୁନ ପ୍ରଧାନ, କେଶବ ଗୋଚ୍ଛାୟତ, ଇବ୍ରାର ଖାଁ, ରମେଶ କୁମାର ସ୍ୱାଇଁ, ରାମ ବାହାଦୂର ଓ ବାସନ୍ତୀ ରଣା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଓ ଦିବଂଗତ ଆତ୍ମାମାନଙ୍କର ସଦ୍‌ଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.