Home ଓଡ଼ିଶା ତୃତୀୟ ଦିନରେ ସାହୋର କଲେକ୍ସନ

ତୃତୀୟ ଦିନରେ ସାହୋର କଲେକ୍ସନ

408

ମୁମ୍ବାଇ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରଭାସ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସାହୋ’ କୁ ଯଦିଓ ଭଲ ରିଭିଉ ମିଳିପାରିନାହିଁ କିନ୍ତୁ ଏହାର ବକ୍ସ ଅଫିସ କଲେକ୍ସନ ବହୁତ ଭଲ ରହିଛି । ଏହି ଚଳଚ୍ଚିତ୍ରର ପ୍ରଥମ ୱିକେଣ୍ଡର କଲେକ୍ସନ ପୁରା ଦମଦାର ରହିଥିଲା । ଏହି ଫିଲ୍ମ ତୃତୀୟ ଦିନରେ ୨୯.୪୮କୋଟିର କଲେକ୍ସନ ରହିଛି । ଏହା ସହିତ ଏହି ଫିଲ୍ମ ନାମରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି । ୨୦୧୯ ମସିହା ରବିବାରରେ ସବୁଠାରୁ ଅଧିକ କଲେକ୍ସନ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ସାହୋ’ ଅଟେ । ତୃତୀୟ ଦିନର କଲେକ୍ସନ ସହିତ ଏହି ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ ୭୯.୦୮କୋଟିର କଲେକ୍ସନ କରିଛି ।

ଏହିପରି ସବୁ ମିଶାଇ ପ୍ରଥମ ୱିକେଣ୍ଡରେ ଏହି ଫିଲ୍ମର ଆୟ ୭୯-୮୦କୋଟି ରହିଛି ଯାହାକି ସଲମନଙ୍କ ଫିଲ୍ମ ‘ଭାରତ’ ପରେ ଦ୍ଵିତୀୟ ନମ୍ୱରରେ ରହିଛି । ଭାରତ ତିନି ଦିନରେ ସମୁଦାୟ ୯୫.୫୦କୋଟିର କଲେକ୍ସନ କରିଥିଲା କିନ୍ତୁ ଏହି ଫିଲ୍ମ ପ୍ରଥମ ରବିବାର କଲେକ୍ସନରେ କବିର ସିଂ, ଭାରତ ଏବଂ ମିଶନ ମଙ୍ଗଳ ଭଳି ଚଳଚ୍ଚିତ୍ରକୁ ପଛରେ ପକାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.