Home ଓଡ଼ିଶା ତିନି ଥର ତଲାକ କହି ସ୍ତ୍ରୀକୁ ଛାଡ଼ପତ୍ର ଦେଲା ସ୍ବାମୀ

ତିନି ଥର ତଲାକ କହି ସ୍ତ୍ରୀକୁ ଛାଡ଼ପତ୍ର ଦେଲା ସ୍ବାମୀ

707

ନୂଆଦିଲ୍ଲୀ,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ତଲାକ୍ ତଲାକ୍ ତଲାକ୍ ଏହି ଶଦ୍ଦ ଉଚାରଣ କରି କେହି ତଲାକ ଦେଇପାରିବେନି। ଏଥିପାଇଁ କିଛି ଦିନ ତଳେ ପାର୍ଲାମେଣ୍ଟରେ ଏହାକୁ ଉଚ୍ଛେଦ କରିବା ପାଇଁ ଅଣାଯାଇଛି ସ୍ବତନ୍ତ୍ର ବିଲ। ହେଲେ ଏହା ପରେ ବି ଥମୁନି ଏହି ପ୍ରଥା। ମୁସୁଲିମ ମହିଳାଙ୍କ ପ୍ରତି ଏହା ଏକ ଅତ୍ୟାଚାରିତ ପ୍ରଥା ବୋଲି ବିବେଚନା ହେଇଆସୁଛି। ଯେଉଁଥିପାଇଁ ଏହାକୁ ବନ୍ଦ କରିବା ଥିଲା ନିହାତି ଜରୁରୀ। କିନ୍ତୁ ବିଡମ୍ବନା ବିଷୟ ଏଜାବତ ଏହି ପ୍ରଥା ଅନେକାଂଶରେ ତାର ପ୍ରଭୁତ୍ବ ବିସ୍ତାର କରିଆସୁଛି। ଏମିତି ଏକ ଘଟଣା ଘଟିଛି ଲକ୍ଷ୍ନୌର ସୀତାପୁର ଅଞ୍ଚଳରେ। ଯୌତୁକରେ ସାମାନ୍ୟ ବାଇକ ଟିଏ ନଆଣିପାରିବାରୁ ସ୍ତ୍ରୀକୁ ତଲାକ ଦେଲା ସ୍ବାମୀ। ଆଉ ଶେଷରେ ନାକ କାଟି ଲହୁଲୁହାଣ ବି କଲା। ଯାହଦ୍ବାରା ଏବେ ଡାକ୍ତରଖାନାରେ ଚିକିତ୍ସାତ ହେଉଛନ୍ତି ମହିଳା।

୧୪ ମଇ ୨୦୧୯ରେ ତୁର୍କପଟ୍ଟି ଅଞ୍ଚଳର ରୁଖଶାନାଙ୍କ ସହ ବରକତ ଅଲ୍ଲି ଓରଫ ସଦ୍ଦାମଙ୍କ ସହ ମୁସଲିମ ରୀତିରେ ବିବାହ ହୋଇଥିଲା। ଅଭିଯୋଗ ମୁତାବକ ବିବାହ ପରଦିନ ବରର ବାପା ବରକୁ ଧରି ସେଠାରୁ ଚାଲିଆସିଥିଲେ। ଏହା ପରେ ରୁଖସାନାର ପରିବାର ବରକତ ଅଲ୍ଲିଙ୍କ ଘରକୁ ଫୋନ କରିଥିଲେ। ହେଲେ ଯୌତୁକରେ ବାଇକ ନଦେଲେ ବରକତ ସେଠାକୁ ଯିବେ ନାହିଁ ବୋଲି ସଫା ସଫା ମନା କରିଦେଲେ। ରୁଖସାନା ପରେ ତାଙ୍କ ଶଶୁ ଘରକୁ କଲ କରି ପଚାରିବାରୁ ତାଙ୍କୁ ସେ ସମୟରେ ଅନେକ ଗାଳି ମନ୍ଦ ମିଳିଥିଲେ।

ଏହାପରେ ୩ ଅଗଷ୍ଟର ସକାଳ ୯ଟାରେ ବରକତ ରୁଖସାନାକୁ କଲ କରି ବାଇକ ପାଇଁ ଡିମାଣ୍ଡ କରିଥିଲା। ଆଉ ବାଇକ ନମିଳିଲେ ତଲାକ ଦେବ ବୋଲି ଧମକାଇଥିଲା। ଏତିକି କହି ସେହି ମୋବାଇଲରେ ହିଁ ତଲାକ୍ ତଲାକ୍ ତଲାକ୍ କହି ଫୋନ କାଟି ଦେଇଥିଲା। ଏହାପରେ ବରକତ ଅଲ୍ଲୀ ମଙ୍ଗଳବାର ଦିନ ରୁଖସାନାକୁ ଭେଟିବା ପାଇଁ ଆସିଥିଲେ। କଥାବାର୍ତ୍ତା ସମୟରେ ହିଁ ବରକତ ରୁଖସାନା ଉପରେ ଆକ୍ରମଣ କରି ନାକ କାଟିଦେଇଥିଲେ। ଏବେ ଗୁରୁତର ହୋଇ ରୁଖସାନା ଡାକ୍ତର ଖାନାରେ ଚିକିତ୍ସା ହେଉଛନ୍ତି। ତେବେ ତିନ୍ ତଲାକ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା ପରେ ମଧ୍ୟ ଏଭଳି କାଣ୍ଡ ରଚିଥିବା ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.