Home ଓଡ଼ିଶା ତତଲା ସହର ଟିଟିଲାଗଡ଼ର ତାପମାତ୍ର ୪୬ଡିଗ୍ରୀକୁ ଛୁଇଁଲା, ପାଣି ପାଇଁ ଲୋକେ ହନ୍ତସନ୍ତ

ତତଲା ସହର ଟିଟିଲାଗଡ଼ର ତାପମାତ୍ର ୪୬ଡିଗ୍ରୀକୁ ଛୁଇଁଲା, ପାଣି ପାଇଁ ଲୋକେ ହନ୍ତସନ୍ତ

797

ଟିଟିଲାଗଡ଼ ୧୨-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼, ଆଜି ବର୍ତ୍ତମାନ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ସୂଚନା କ୍ରମେ ଗତ ବୁଧବାର ଦିନ ୪୪ ଡିଗ୍ରୀ ଥିବାବେଳେ ଗୁରୁବାର ଦିନ ୪୫ଡିଗ୍ରୀ ରହିଥିବା ବେଳେ ଶୁକ୍ରବାର ଆଜି ୪୫ ଡିଗ୍ରୀ ତାପମାତ୍ରାକୁ ବୃଦ୍ଧି ପାଇଛି। ତେବେ ଆଜି ୪୬ ଡିଗ୍ରୀ ରହିଛି।

ଟିଟିଲାଗଡ଼ ଓ ଆଖ ପାଖ ଅଞ୍ଚଳରେ ତାତି ବୃଦ୍ଧି ପାଉଥିବା ବେଳେ ଆଗାମୀ ଦିନରେ ତାପମାତ୍ରା ଅଧିକ ମାତ୍ରାରେ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ସ୍ୱଳ୍ପ ସମୟରେ ଏହିପରି ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଏ ନେଇ ପ୍ରଶାସନିକ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସୂତ୍ରରୁ ସୂଚନା ଦିଆଯାଇଛି। ବିଭିନ୍ନ ସ୍ଥାନରେ ଜଳଛତ୍ର ସହ ଅଂଶୁଘାତ କକ୍ଷ ବ୍ୟବସ୍ଥା ଗ୍ରହଣ ସହ ସଚେତନତା ସୃଷ୍ଟି କରିବା ଓ ଦିନ ୧୧ ଟା ରୁ ସନ୍ଧ୍ୟା ୩ ଟା ପର୍ଯ୍ୟନ୍ତ ଘରୁ ନ ବାହାରିବା,ଛତା, ପାଣି ବୋତଲ ବ୍ୟବହାର କରିବା ନଚେତ ଅଂଶୁଘାତ ର ଭୟ ରହିବ। ବ୍ୟାପକ ଜଙ୍ଗଲ କ୍ଷୟ ହେବା ଓ ନୂତନ ଜଙ୍ଗଲ ସୃଷ୍ଟି ଦିଗରେ ପ୍ରଶାସନ ତରଫରୁ ସଠିକ ପଦକ୍ଷେପ ନିଆ ଯାଉ ନ ଥିବା ବେଳେ ଟିଟିଲାଗଡ଼ ର ଉପେନ୍ଦ୍ର ବାଗ କୁମୁଡ଼ା ସୁରକ୍ଷା ସମିତି ତରଫରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲୁରଖିଥିବା ନେଇ ବିଭିନ୍ନ ମହଲ ରୁ ସ୍ୱାଗତ କରାଯାଉଛି। ଏହି ଗ୍ରୀଷ୍ମପ୍ରବାହ ସତ୍ତ୍ୱେ ମହୁଲ ସଂଗ୍ରହ ପାଇଁ ଖୋଲା ଖୋଲି ଜଙ୍ଗଲରେ ନିଆଁ ଲଗେଇ ଦିଆଯିବା ଉପରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦୃଢ଼ ଦାବି କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.