Home ଜିଲ୍ଲା ପରିକ୍ରମା ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ

ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ

42

ବଲାଙ୍ଗୀର/ଟିଟିଲାଗଡ, ୪-୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଆଜି ଜଣେ ବ୍ୟକ୍ତି କାର୍ଯ୍ୟରତ ଡ଼ଃ ଓମକାର ହୋତା ଓ ଅନ୍ୟ କିଛି କର୍ମଚାରୀଙ୍କୁ ଗାଳି, ଗୁଲଜ ସହ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ଏ ନେଇ ନେଇ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅବିଯୋଗ ଅନୁୟାୟୀ, ଡାକ୍ତରଖାନାରେ ବିଭିନ୍ନ ବିଭାଗର ପଦ, ପଦବୀ ଖାଲି ରହିବା ଯୋଗୁଁ ପ୍ରବଳ ଭିଡ଼ ଲାଗି ରହିବା ସମସ୍ୟା ଦୀର୍ଘ ଦିନ ଧରି ଲାଗିରହିଛି। ଯଦ୍ବାରା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥାଏ। ସେହିପରି ଅନେକ ଅସାମାଜିକ ଯୁବକ ମଦ୍ୟପାନ କରି ଏହି ଡାକ୍ତରଖାନା ଆସି ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଓ ସିକୁରୀଟି ଗାର୍ଡ ସହ ସ୍ଵତନ୍ତ୍ର ଭାବେ ପୋଲିସ କର୍ମଚାରୀ ନ ରହିବା ଓ ଟିଟିଲାଗଡ ଫାଣ୍ଡି ଦୂରରେ ଥିବା ଓ ସର୍ବଦା ବନ୍ଦ ରହିବା ଦ୍ୱାରା ଏପରି ଅଘଟଣ ଘଟୁଛି। ଟିଟିଲାଗଡ ଡାକ୍ତରଖାନାରେ ଡାକ୍ତରଙ୍କୁ ଓ କିଛି କର୍ମଚାରୀ ଓ ସିକୁରୀଟି କର୍ମଚାରୀଙ୍କୁ ଗାଳି, ଗୁଲଜ କରିବା ନେଇ କାର୍ଯ୍ୟବନ୍ଦ ପାଳନ କରିଥିବା ବେଳେ ମେଡିକାଲ ସୁପରିଟେଣ୍ଡେନ ଡ଼ଃ ପ୍ରଦୀପ ନାୟକ ରୋଗୀଙ୍କ ଅସୁବିଧା ନ ହେଉ ଏଣୁ ଧାରଣା ନ ଦେଇ ପୋଲିସରେ ଅଭିଯୋଗ କରିବା ପରାମର୍ଶ ଦେଇଥିଲେ। ପୂର୍ବରୁ ଜଣେ ଅଟୋଚାଳକ ମଦ୍ୟପାନ ଅବସ୍ଥାରେ ଟିଟିଲାଗଡ ଡକ୍ଟରଖାନାକୁ ଆସି କାର୍ଯ୍ୟରତ ଡାକ୍ତର ଓମକାର ହୋତାଙ୍କୁ ଦୁର୍ବ୍ୟବହାର କରିବା ଓ ନିଜେ ଥାନାରେ ତାଙ୍କ ନାଁ ରେ ମିଥ୍ୟା ମାମଲା ଦେଇ ୪୦,୦୦୦ ଟଙ୍କା ନେଇ କେଶ ଫେରାଇବୁ କହିବା ପରି ଘଟଣା ନେଇ ଡାକ୍ତରଖାନା କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବର୍ତ୍ତମାନ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ପୂର୍ବରୁ ଦୁର୍ବ୍ୟବହାର କରିଥିବା ଅଟୋଚାଳକ ଓ ତାଙ୍କ ସହଯୋଗୀ ତଥା ବର୍ତ୍ତମାନ ଦୁର୍ବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ ନେଇ ଟିଟିଲାଗଡ ଥାନାରେ ଏତଲା ଦିଆଯାଇଛି ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.