Home ଓଡ଼ିଶା ଡାକ୍ତରଙ୍କ ରୋମାଞ୍ଚକର ଡ୍ୟାନ୍ସ

ଡାକ୍ତରଙ୍କ ରୋମାଞ୍ଚକର ଡ୍ୟାନ୍ସ

518
ନୂଆଦିଲ୍ଲୀ,୨୨/୦୮,(ଓଡ଼ିଆ ପୁଅ /ପି ନାୟକ): ରୋଗୀଙ୍କର ଚିକିତ୍ସା କରି ବୋର ହୋଇଯାଇଥବା ଅଙ୍କଲ କିଛି ଏମିତି କରିଦେଲେ ଯେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଡକ୍ଟର ଅଙ୍କଲ ଏମିତି ୟୁନିକ ଷ୍ଟାଇଲରେ ଗୋଡକୁ ଦୋହଲାଇ ଡ୍ୟାନ୍ସ କରୁଛନ୍ତି ଯେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେଠାରେ ଥିବା ଲୋକମାନେ ଭାବିପାରିଲେ ନାହିଁ ଯେ କାଲି ଯିଏ ସିଧାସାଧା ଦେଖାଯାଉଥିଲେ ଆଜି ତାଙ୍କ ଭିତରେ ତେଲୁଗୁ ଆକ୍ଟର ନାଗେଶ୍ୱରଙ୍କ ଆତ୍ମା କେମିତି ଆସିଗଲା।

ଡାକ୍ତର ଜଣଙ୍କ ବିଶାଖାପାଟଣାର କେଜିଏଚ ହସପିଟାଲର ଆସିଷ୍ଟାଣ୍ଟ ପ୍ରଫେସର ଅଟନ୍ତି। ଡାକ୍ତରଙ୍କ ନାମ ହେଉଛି ଜି. ସୂର୍ଯ୍ୟନାରାଣ। ସେ ତାଙ୍କର ଡ୍ୟାନ୍ସିଂ ଷ୍ଟାଇଲରେ ଲୋକଙ୍କର ଧ୍ୟାନ ନିଜ ଆଡକୁ ଟାଣି ଆଣିଲେ। ସୂର୍ଯ୍ୟନାରାଣ ଏକ ଏମିତି ଗୀତରେ ନାଚିଲେ ଯେ ଦେଖୁଥିବା ଦର୍ଶକ ତାହାକୁ ଖୁବ୍‌ ଉପଭୋଗ କଲେ। ସେ ପ୍ରସିଦ୍ଧ ତେଲୁଗୁ ଆକ୍ଟର ଏ-ନାଗେଶ୍ୱରଙ୍କୁ ରାଓଙ୍କ ଡ୍ୟାନ୍ସିଂ ଷ୍ଟାଇଲକୁ ଫଲୋ କରି ଦର୍ଶକଙ୍କ ପାଖରୁ ଖୁବ୍‌ ପ୍ରଶଂସା ପାଇଲେ।

ହସପିଟାଲରେ ସ୍ୱତନ୍ତ୍ରତା ଦିବସ ସମାରୋହ ଅବସରରେ ଆୟୋଜିତ କାଯ୍ର‌୍ୟକ୍ରମରେ ଡାକ୍ତର ବାବୁ ଏମିତି ନାଚିଲେ ଯେ ଅନ୍ୟମାନେ ସ୍ତବ୍ଧ ହୋଇଗଲେ। ସେଠାରେ ଉପସ୍ଥିତ ଥିବା କେହି ଜଣେ ବ୍ୟକ୍ତି ତାଙ୍କର ଡ୍ୟାନ୍ସ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଛନ୍ତି। ମାତ୍ର କିଛି ସମୟ ଭିତରେ ଭିଡିଓ ଲୋକପ୍ରିୟ ହେବାକୁ ଲାଗିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.