Home ଓଡ଼ିଶା ହ୍ୟୁଣ୍ଡାଇ ଉପରେ ଡିସକାଉଣ୍ଟ ଅଫର

ହ୍ୟୁଣ୍ଡାଇ ଉପରେ ଡିସକାଉଣ୍ଟ ଅଫର

384

ନୂଆଦିଲ୍ଲୀ,୨୨/୦୮,(ଓଡ଼ିଆ ପୁଅ/ ପି  ନାଏକ): Hyundai ନିକଟରେ ନିଜର ନୂଆ Grand i10 Niosକୁ ଭାରତରେ ଲଞ୍ଚ କରିଛି ଯାହା ଏକ ଆଡଭାନ୍ସଡ କାର ଅଟେ ଏବଂ ଏଥିରେ ଅନେକ ନୂଆ ଫିଚର୍ସକୁ ମଧ୍ୟ ସାମିଲ କରିଛି। କିନ୍ତୁ ଆପଣଙ୍କୁ ଏଠି ଆମେ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ପ୍ରଥମରୁ ଥିବା Grand i10କୁ ବନ୍ଦ କରିନାହିଁ। ଏହି କାର କମ୍ପାନୀର ୱେବସାଇଟରେ ଏବେ ମଧ୍ୟ ଦେଖିବାକୁ ମିଳିପାରେ।ଏମିତିରେ ଯଦି ଆପଣ ପୁରୁଣା ମଡେଲକୁ କିଣିବାକୁ ବାହାରିଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ବହୁତ ଫାଇଦାପୂର୍ଣ୍ଣ ପ୍ରମାଣିତ ହୋଇପାରେ। ତେବେ ଆସନ୍ତୁ ଜାଣିବା ର ଏହି ନୂଆ ମଡେଲ କାର ବିଷୟରେ ଅଧିକ କିଛି।

Hyundaiର Grand i10 ନିଜ ସେଗମେଣ୍ଟର ସବୁଠାରୁ ଭଲ କାର। ଏହାର ସଲିଡ built କ୍ୱାଲିଟୀ, ସେ୍ପସ୍‌ ଏବଂ ପରଫରମାନ୍ସର କୌଣସି ଜବାବ ନାହିଁ। ନୂଆ Grand i10 Nios ଆସିବା ପରେ ମଧ୍ୟ ଏବେବି ଏହି କାର ମାକେର୍ଟରେ ଉପଲବ୍ଧ ରହିଛି। ଏମିତିରେ ଆପଣ ଏହି କାରକୁ କିଣିପାରିବେ କାରଣ ଏହି ଗାଡି ଉପରେ ପୂରା ୯୫୦୦୦ ଟଙ୍କା ଡିସକାଉଣ୍ଟ ଦେଉଛି। କେବଳ ଏତିକି ନୁହେଁ କାର ଉପରେ ତିନି ବର୍ଷ କିମ୍ବା ୧ ଲକ୍ଷ କିମି ପର୍ଯ୍ୟନ୍ତ ଓ୍ଵାରେଣ୍ଟୀ ମଧ୍ୟ ମିଳୁଛି।

ଏହାସହିତ ଗ୍ରାହକଙ୍କୁ ସାହାଯ୍ୟ କରିବା ପାଇଁ ୩ ବର୍ଷ ପର୍ଯ୍ୟନ୍ତ ରୋଡ ସାଇଡ୍‌ ଆସିଷ୍ଟାନ୍ସର ସୁବିଧା ମଧ୍ୟ ମିଳୁଛି। ଏହି ସବୁ ଅଫର୍ସ କେବଳ ୩୧ ଅଗଷ୍ଟ ୨୦୧୯ ପର୍ଯ୍ୟନ୍ତ ଲାଗୁ ହେବ। କାରର ଦାମ ୪.୯୭ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଏହି କାର ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନରେ ଉପଲବ୍ଧ ରହିଛି।

Hyundai ନିଜର santro କାର ଉପରେ ମଧ୍ୟ ଡିସକାଉଣ୍ଟ ଦେଉଛି। ଏହି କାର ଉପରେ ଗ୍ରାହକ ପୂରା ୪୦ହଜାର ଟଙ୍କା ରିହାତି ପାଇପାରିବେ। ଏହି କାରର ଦାମ ୩.୯୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ୧.୧ଲିଟୀ ପେଟ୍ରୋଲ ଇଞ୍ଜିନ ଲାଗିଛି ଯାହା 69PSର ପାଓ୍ଵାର ଦେଇଥାଏ ଏବଂ ଏହା ୫ ସ୍ପୀଡ MT ଏବଂ ୫ ସ୍ପୀଡ AMT ଗିୟରବକ୍ସ ଅପ୍ସନ ସହିତ ଆସିଥାଏ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.