Home ଓଡ଼ିଶା ଟ୍ରାକ୍ଟର ଓଲଟି ୨୫ ଆହତ

ଟ୍ରାକ୍ଟର ଓଲଟି ୨୫ ଆହତ

378

ଗଜପତି, ୦୨/୧୧, (ଓଡ଼ିଆ ପୁଅ ପି ନାୟକ): ଟ୍ରାକ୍ଟର ଓଲଟି ୨୫ ଆହତ। ଆଜି ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଡ଼ରାବ ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏହି ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି। ଏହାପରେ ତୁରନ୍ତ ଆହତଙ୍କୁ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର M. K. C. G ମେଡିକାଲ ସ୍ଥାନାନ୍ତର କରାଯାଇଛି।ତେବେ ମିଳିଥିବା ସୂଚନା ଅନୁଯାୟୀ, ଆଜି ଜିରାଙ୍ଗ ତିବ୍ବତ କଲୋନୀ ରୁ ମକା ଭଙ୍ଗା କାର୍ଯ୍ୟ ସାରି ଫେରୁଥିବା ଦୁର୍ଭାଗ୍ୟବଶତଃ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ୨୦ ଫୁଟ ତଳକୁ ଖସିପଡିଥିଲା। ତେବେ ଏ ସଂକ୍ରାନ୍ତରେ ଖବର ପାଇ ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.