Home ଓଡ଼ିଶା ଟିଭି ଚ୍ୟାନେଲ ପାଇଁ ଥିବା ଅଫର ଉପରେ ରୋକ ଲଗାଇବ ଟ୍ରାଏ

ଟିଭି ଚ୍ୟାନେଲ ପାଇଁ ଥିବା ଅଫର ଉପରେ ରୋକ ଲଗାଇବ ଟ୍ରାଏ

977

ନୂଆଦିଲ୍ଲୀ,୧୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ବୋର୍ଡକାଷ୍ଟ ଏବଂ ବିତରକ ତରଫରୁ ଗ୍ରାହକଙ୍କୁ ନିଜ ପ୍ଲାଟଫର୍ମରେ ରୋକ ଲଗାଇବା ପାଇଁ ମେଗା ଅଫର ଉପରେ ନଜର ରଖିଛି ଟ୍ରାଇ। ଦୂରସଂଚାର ନିୟାମକ କହିବାନୁଯାୟୀ, ଏହି ଅଫର ଯୋଗୁଁ ଗ୍ରାହକଙ୍କୁ ସଠିକ୍‌ ଚ୍ୟାନେଲ ଚୟନ କରିବା ଉପରେ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳୁନାହିଁ। ଏହି ରିହାତିରେ ଲଗାମ ଲଗାଇବା ପାଇଁ ଟ୍ରାଇ ଏକ ପରାମର୍ଶ ପତ୍ର ଜାରି କରି ହିତାଧିକାରୀଙ୍କ ରାୟ ମାଗିଛନ୍ତି।

ସୂଚନାଯୋଗ୍ୟ, ଗ୍ରାହକଙ୍କୁ ଅତିରିକ୍ତ ଚ୍ୟାନେଲ ବୋଝରୁ ମୁକ୍ତି ଦେବା ପାଇଁ ୨୯ ଡିସେମ୍ବର, ୨୦୧୮ରୁ ଏକ ନୂଆ ନିୟମ ଲାଗୁ ହୋଇଥିଲା। ଏହା ସତେ୍ୱ ମଧ୍ୟ ଟିଭି ଚ୍ୟାନେଲ ବୋର୍ଡକାଷ୍ଟର ଏବଂ ଡିଷ୍ଟ୍ରିବ୍ୟୁସନ ଅପରେଟର ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷଣ କରିବା ପାଇଁ ନୂଆ ନୂଆ ଅଫର ଆଣୁଛନ୍ତି। ଏଥିରେ ଗ୍ରାହକ ଚୟନ କରୁଥିବା ଚ୍ୟାନେଲ ଉପରେ ମଧ୍ୟ ରିହାତି ଦିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.