Home ଅନୁଗୁଳ ଟିଟିପିଏସ୍ ଶ୍ରମିକ ଏକତା ମଂଚର ଧାରଣାରେ ସାମିଲ ହେଲେ ପ୍ରଦୀପ ମାଝୀ

ଟିଟିପିଏସ୍ ଶ୍ରମିକ ଏକତା ମଂଚର ଧାରଣାରେ ସାମିଲ ହେଲେ ପ୍ରଦୀପ ମାଝୀ

41

ତାଳଚେର,୬/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ତାଳଚେର ଥର୍ମାଲ୍ ପ୍ଲାଣ୍ଟକୁ ବନ୍ଦ ନକରିବା ପାଇଁ ତଥା ଶ୍ରମିକ ଓ ଅଂଚଳବାସୀଙ୍କ ସ୍ୱାର୍ଥ ପାଇଁ ନୂତନ ପ୍ଲାଣ୍ଟ ସ୍ଥାପନା ଓ ପୁରୁଣା ପ୍ଲାଣ୍ଟକୁ ଚାଲୁ ରଖିବା ଦାବୀ ନେଇ ତାଳଚେର ଥର୍ମାଲ ଶ୍ରମିକ ଏକତା ମଂଚର ଧାରଣା ୧୩ ଦିନରେ ପହଂଚିଛି। ଗୋଟିଏ ପଟେ ଏନ୍‌.ଟି.ପି.ସି. କର୍ତୃପକ୍ଷ ଏଠାରେ ନିୟୋଜିତ ଠିକାଦାରଙ୍କୁ ପ୍ଲାଣ୍ଟ ବନ୍ଦ କରିବା ପାଇଁ ଚିଠି ମାଧ୍ୟମରେ ଜଣାଇ ଥିବାରୁ ଏହା ସମ୍ବିଧାନିକ ବିଧି ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଲଂଘନ କରୁଅଛି। ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ବିଧାନ ପ୍ରତି ଅବମାନନା। କୌଣସି ଜନଶୁଣାଣି ଓ ପଞ୍ଜିକୃତ ୟୁନିଅନ୍ ମାନଙ୍କୁ ନଜଣାଇ ହଠାତ୍ ଠିକାଦାରମାନଙ୍କୁ ଚିଠି ଦେବା ସଂପୂର୍ଣ୍ଣ ବେଆଇନ୍। ତେଣୁ ଏହା ବିରୁଦ୍ଧରେ ଦଳମତ ନିର୍ବିଶେଷରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଏକତା ମଂଚ ନିଷ୍ପତି ନେଇଛି। ଏହାସହିତ କୋଇଲା ପରିବହନ ଓ ନଦୀରୁ ଜଳଯୋଗାଣ ସଂପୂର୍ଣ୍ଣ ଠପ୍ କରି ଦିଆଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି।
ଦୀର୍ଘ ୧୩ ଦିନର ଧାରଣା ପରିପ୍ରେକ୍ଷୀରେ ଆଜି ପ୍ରଦେଶ କଂଗ୍ରେସ୍ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସମର୍ଥନ ଜଣାଇ ଧାରଣାସ୍ଥଳରେ ଉଦ୍‌ବୋଧନ ଦେଇଥିଲେ। ଶ୍ରମିକ ଏକତା ମଂଚ ପକ୍ଷରୁ ରାଜକିଶୋର ସାହୁ ଦାବୀ ଉପସ୍ଥାପନ କରି ଏହାକୁ କେନ୍ଦ୍ର ସରକାରଙ୍କ ପାଖରେ ଶ୍ରମିକଙ୍କ ସମସ୍ୟାକୁ ଉପସ୍ଥାପନା କରିବା ପାଇଁ ଶ୍ରୀ ମାଝୀଙ୍କୁ ଅନୁରୋଧ କରିଥିଲେ। ହଜାର ହଜାର ଶ୍ରମିକମାନଙ୍କ ସମସ୍ୟା ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ବିଚାର କରନ୍ତୁ ବୋଲି ମଧ୍ୟ କହିଥିଲେ। ଏନେଇ ଦିଲ୍ଲୀ ଦରବାରରେ ଶ୍ରମିକଙ୍କ ଦାବୀ ଉପସ୍ଥାପନା କରିବା ପାଇଁ ଶ୍ରୀ ମାଝୀ ପ୍ରତିଶୃତି ଦେଇଥିଲେ। ଆଜିର ଏହି ସଭାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗମ୍ବର ଗଡନାୟକ,ପୂର୍ବତନ ନଗରପାଳ କେଶବ ଭୂତିଆ, ସରୋଜ ପ୍ରଧାନ,ସୁଦିପ୍ ମିଶ୍ର,ବିଛନ୍ଦ ସାମଲ, ବିରଂଚି ଧର,ଏକତା ମଂଚର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସାମଲ,ସାଧାରଣ ସଂପାଦକ ବିନୋଦ ତ୍ରିପାଠୀ,ସଂଗ୍ରାମ କେଶରୀ କୁଅଁରଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.