Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

80

ନୟାଗଡ଼, ୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ନୂଆଗାଁ ବ୍ଳକ ପରିସରରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ.ଏନ.ତିରୁମାଳା ନାୟକ ଏହି ଶିବିରରେ ଯୋଗଦେଇ ଲୋକମାନଙ୍କ ଅଭିଯୋଗ ଶୁଣାଣି କରି ବିଭିନ୍ନ ସମସ୍ୟାର ସମାଧାନ କରିଥିଲେ। ଏଥିରେ ୧୮୧ ଜଣ ଅଭିଯୋଗକାରୀ ଜିଲାପାଳଙ୍କ ନିକଟରେ ଦରଖାସ୍ତ କରିଥିଲେ। ସେଥିମଧ୍ୟରୁ ୧୭୫ଟି ଦରଖାସ୍ତ ବ୍ୟକ୍ତିଗତ ଥିଲାବେଳେ ୪ଟି ଗ୍ରାମ୍ୟ ସମସ୍ୟା ସମ୍ପର୍କରେ ଉଦ୍ଦିଷ୍ଟ ଥିଲା। ଦରଖାସ୍ତକାରୀଙ୍କ ମଧ୍ୟରୁ ୧୩୭ଟି ବିଚାରକୁ ନିଆଯାଇ ସମାଧାନ କରାଯାଇଥିଲାବେଳେ ଜଣେ ଦରଖାସ୍ତକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ମଞ୍ଜୁର କରାଯାଇଥିଲା। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏସପି ଶଶିଭୂଷଣ ଶତପଥୀ, ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁ, ସିଡିଏମ୍ ଓ ଡ.ଶ୍ୱେତ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.