Home କୋରାପୁଟ ଜିଲପାଳଙ୍କ ନିରାମୟ କେନ୍ଦ୍ର ପରିଦର୍ଶନ

ଜିଲପାଳଙ୍କ ନିରାମୟ କେନ୍ଦ୍ର ପରିଦର୍ଶନ

84

କୋରାପୁଟ ;ତା୦୨-୦୮-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲାପାଳ ଡା.ପୋମା ଟୁଡୁ ଗୁରୁବାର ପୂର୍ବାହ୍ନରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ନିରାମୟ ଔଷଧ କେନ୍ଦ୍ର ବୁଲି ଦେଖିଛନ୍ତି । ଜିଲାପାଳ ମେଡିକଲ୍ କଲେଜରେ ପହଂଚି ସିଧା ନିରାମୟ ଔଷଧ କେନ୍ଦ୍ରକୁ ଯାଇଥିଲେ ଓ ହସ୍ପିଟାଲରେ ଉପଲଦ୍ଧ ମେଡିସିନ ଯାଂଚ କରି ଦେଖିଥିଲେ । କୋରାପୁଟ ହସ୍ପିଟାଲକୁ ଆସୁଥିବା ରୋଗୀ ସଂଖ୍ୟା ଦେଖିବା ସହ ସେମାନଙ୍କୁ ଉପଲଦ୍ଧ ଔଷଧ ଦିଆ ଯାଉଛି ନାହିଁ ତାହା ଯାଂଚ କରିଥିଲେ । ଏହାପରେ କେନ୍ଦ୍ରୀୟ ଷ୍ଟୋରକୁ ଯାଇ ମେଡିସିନ ଓ ନଥିପତ୍ର ଯାଂଚ କରିଥିଲେ ବୋଲି ଜଣାପଡିଛି ।କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲର ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.