Home ଜିଲ୍ଲା ପରିକ୍ରମା ଜାତୀୟ ସଡ଼କ ସୁରକ୍ଷା ମାସର ପଞ୍ଚମ ଦିବସ : ଜନ ସଚେତନତାର ବାର୍ତ୍ତା ବାଣ୍ଟିଲେ ସାଇକେଲ...

ଜାତୀୟ ସଡ଼କ ସୁରକ୍ଷା ମାସର ପଞ୍ଚମ ଦିବସ : ଜନ ସଚେତନତାର ବାର୍ତ୍ତା ବାଣ୍ଟିଲେ ସାଇକେଲ ଯାତ୍ରୀ

23

ବାଲେଶ୍ୱର, ୨୩ା୧(ଓଡ଼ିଆ ପୁଅ/ଅଭୟ ଦାସ): ଆଞ୍ଚଳିକ ପରିବହନ ବିଭାଗ ଓ ଜିଲା ସଡ଼କ ସୁରକ୍ଷା କମିଟି ପକ୍ଷରୁ ଗତ ୧୮ ତାରିଖରୁ ବାଲେଶ୍ୱରରେ ପାଳିତ ହେଉଥିବା ଜାତୀୟ ସଡ଼କ ସୁରକ୍ଷା ମାସର ଆଜିଥିଲା ପଞ୍ଚମ ଦିବସ। ପଞ୍ଚମ ଦିବସରେ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବିଭାଗ ପକ୍ଷରୁ ଏକ ସାଇକେଲ ର‌୍ୟାଲି ଆୟୋଜିତ ହୋଇଯାଇଛିା। ଏହି ଶୋଭାଯାତ୍ରା ସ୍ଥାନୀୟ ଟ୍ରାଫିକ ଥାନା ପରିସରରୁ ବାହାରି ସହର ପରିକ୍ରମା କରିଥିଲା। ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜିତ ଦଳବେହେରା ଏବଂ ବାଲେଶ୍ୱର କ୍ରାଇମ ଡିଏସପି ଉମେଶ କୁମାର ପଣ୍ଡା ମିଳିତ ଭାବେ ପତାକା ଦେଖାଇ ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ସଡକ ସୁରକ୍ଷା ସପ୍ତାହ ପାଳନର ଆଭିମୁଖ୍ୟ ଓ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେମାନେ ସୂଚନା ଦେଇଥିଲେ। ଦୁର୍ଲଭ ମଣିଷ ଜୀବନକୁ ସୁରକ୍ଷା ଦେବା ପାଇଁ ଗାଡ଼ି ଚଳାଇବା ବେଳେ ଟ୍ରାଫିକ୍ ନିୟମ ଅନୁସରଣ କରିବାକୁ ସେମାନେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ସଡ଼କ ସୁରକ୍ଷା ସହିତ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ ଏହି ସାଇକେଲ ରାଲିରେ ଅଂଶଗ୍ରହଣ କରିଥିବା ଆରୋହୀମାନଙ୍କୁ ଶ୍ରୀ ଦଳବେହେରା ଓ ଶ୍ରୀ ପଣ୍ଡା ଶୁଭେଚ୍ଛା ଜଣାଇ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମଭିଆଇ ବିଶ୍ୱଜିତ ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଟ୍ରାଫିକ ଥାନା ଅଧିକାରିଣୀ ମୋନାଲିସା କର, ଜିଲ୍ଲା ସଡ଼କ ସୁରକ୍ଷା ସମିତିର ସଦସ୍ୟ ବରିଷ୍ଠ ସାମ୍ବାଦିକ ବିପ୍ଲବ କୁମାର ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ଜନସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରିଥିଲେ। ଏହି ସାଇକେଲ ର‌୍ୟାଲି ଟ୍ରାଫିକ ଥାନା ପରିସରର ବାହାରି ସହର ପରିକ୍ରମା ସହ ପୁନର୍ବାର ସେଇଠାରେ ପହଞ୍ଚିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.