Home ଓଡ଼ିଶା ଜମ୍ମୁରେ ଆଜିଠୁ ସମସ୍ତ ସ୍କୁଲ ଖୋଲା

ଜମ୍ମୁରେ ଆଜିଠୁ ସମସ୍ତ ସ୍କୁଲ ଖୋଲା

340

ଜମ୍ମୁ,୯ /୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦର ପାଞ୍ଚ ଦିନ ପରେ ସେଠାରେ ଜନଜୀବନ ସାଧାରଣ ଅବସ୍ଥାକୁ ଫେରିଆସିଛି । କାଶ୍ମୀର ଘାଟି ଓ କେତେକ ଜାଗାରେ ଏବେବି ୧୪୪ ଧାରା ଲାଗୁ ଥିବା ବେଳେ ବହୁ ଅଞ୍ଚଳରୁ ଏହି ଧାରାକୁ ଉଠାଯାଇଛି । ଏନେଇ ଆଜିଠୁ କାଶ୍ମରୀରେ ସ୍କୁଲ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜ କାମକୁ ଫେରିଯିବାକୁ ଜମ୍ମୁ-କାଶ୍ମୀର ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଜମ୍ମୁ କଶ୍ମୀର ମୁଖ୍ୟ ଶାସନ ସଚିବ କହିଛନ୍ତି, ଡିଭିଜନ ଲେବେଲ, ଜିଲ୍ଲାସ୍ତରୀୟ ଓ ଶ୍ରୀନଗରସ୍ଥିତ ସିଭିଲ ସଚିବାଳୟରେ କାର୍ଯ୍ୟରତ କର୍ମଚାରୀ ଜାରୁରୀକାଳୀନ ଭିତ୍ତିରେ ନିଜ କାମକୁ ଫେରନ୍ତୁ । ଏଥି ସହିତ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ଯେ, କାମକୁ ଫେରୁଥିବା ସବୁ କର୍ମଚାରୀଙ୍କୁ ସୁରକ୍ଷିତ ଓ ଶାନ୍ତିଶୃଙ୍ଖଳାର ବାତାବରଣ ସୁନିଶ୍ଚିତ କରନ୍ତୁ ।

ତେବେ ଗତକାଲି ଜମ୍ମୁରେ ସ୍ଥିତି ସ୍ୱାଭାବିକ ଥିବା ବେଳେ ଲୋକମାନେ ମାର୍କେଟ ଖୋଲିଥିବାର ଦେଖିବାକୁ ମିଳିଥିଲା । ଆଜିବି ବହୁ ଲୋକ ନମାଜ ପଢିବା ପାଇଁ ବାହାରକୁ ଆସିବେ ।

କଡା ସୁରକ୍ଷା ବଳଙ୍କ ମଧ୍ୟରେ କେତେକ ଅଞ୍ଚଳରେ ଧାରା ୧୪୪କୁ କୋହଳ କରାଯାଇଛି । ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧନା କରିବା ସହ କାଶ୍ମରକୁ ନେଇ ବହୁ ସନ୍ଦେଶ ଦେଇଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.