Home ଓଡ଼ିଶା ଚାନ୍ଦପୁର ଥାନାରେ ନୂଆ ଇନିସ୍‌ପେକ୍ଟର୍ ଯୋଗଦାନ ଖଣିମାଫିଆ ଛାନିଆଁ

ଚାନ୍ଦପୁର ଥାନାରେ ନୂଆ ଇନିସ୍‌ପେକ୍ଟର୍ ଯୋଗଦାନ ଖଣିମାଫିଆ ଛାନିଆଁ

132

ଓଡିଆପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୨/୮/ନୟାଗଡ ଜିଲ୍ଲା ଜାତୀୟ ରାଜପଥକଡରେ ଥିବା ଚାନ୍ଦପୁର ଥାନା ଇନିସ୍‌ପେକ୍ଟର ଭାବେ ଜ୍ୟୋତି ପଣ୍ଡାଙ୍କ ଯୋଗଦାନ ପରେ ଚୋରା ଖଣିମାଫିଆମାନେ ଭୟଭୀତ ହୋଇଥିବା ଜଣାପଡିଛି । ଚାନ୍ଦପୁର ଥାନା ଅଂଚଳରେ ଖଣିମାଫିଆମାନଙ୍କର ପାର୍ଦୁଭାବ ଅନେକ ଦିନରୁ ରହିଆସିଅଛି । ମାଫିଆମାନେ ଜଙ୍କିଆ,ମୟୁରଝାଲିଆ, ଚମ୍ପାଗଡ,ପଟିଆ ଆଦି ଅଂଚଳରେ ଲଘୁଜାତ ଖଣିଜ ପଦାର୍ଥ ମାଙ୍କଡା ପଥରକୁ ଚୋରାରେ ଖନନ କରି ବିକ୍ରି କରିଚାଲିଛନ୍ତି । ଦିନକୁ ଶହଶହ ଟ୍ରିପ୍ ମାଙ୍କଡା ପଥର ଏହିଠାରୁ ନୟାଗଡ ଆଦି ବିଭିନ୍ନ ଅଂଚଳକୁ ଚାଲାଣ ହୋଇଥାଏ । ଯାହା ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଇଥାନ୍ତି । ପ୍ରଶାସନ ଜାଣି ଅଜଣା ଭାବେ ରହିଥାଏ । ପ୍ରଶାସନ ଜାଣି କେବେ କେବେ ଚଢାଉ ବେଳେ ଖଣିମାଫିଆଙ୍କର ଆକ୍ରୋଶର ଶିକାର ହୋଇଥିବା ଜଣାପଡିଛି ।

ଜ୍ୟୋତି  ପ୍ରକାଶ ପଣ୍ଡା ୨୦୦୧-୦୨ ମସିହାରେ ରଣପୁର ଥାନାର ସବ୍ ଇନିସ୍‌ପେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ଏହାପୂର୍ବରୁ ଓଡଗାାଁ, ଯାଜପୁରର ଖଲ୍ଲିକୋଟ,କୋହଳା ଏବଂ ଗୁଗୁଡା ଇନିସ୍‌ପେକ୍ଟର ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଆସିଛନ୍ତି । ଯାହାକୁ ନେଇ ଖଣିମାଫିଆମାନେ ପୋଲିସ୍ ପ୍ରଶାସନର ସାମ୍ ନା କରିବାକୁ ଭୟଭୀତ ହୋଉଥିବା ଜଣାପଡିଛିା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.