Home Coronavirus Outbreak ଭାରତକୁ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ – ୭୨ ଘଣ୍ଟା ପୂର୍ବରୁ ୱେବସାଇଟରେ...

ଭାରତକୁ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ – ୭୨ ଘଣ୍ଟା ପୂର୍ବରୁ ୱେବସାଇଟରେ ସୂଚନା ଦେବାକୁ ପଡ଼ିବ

137

ନୂଆଦିଲ୍ଲୀ ୦୨ ଅଗଷ୍ଟ (ଓଡିଆ ପୁଅ) କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିଦେଶରୁ ଭାରତ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି।

ଏହି ନିର୍ଦ୍ଦେଶାବଳୀ ଅଗଷ୍ଟ ୮ ରୁ କାର୍ଯ୍ୟକାରୀ ହେବ।

ଏହି ଅନୁଯାୟୀ, ସମସ୍ତ ଯାତ୍ରୀଙ୍କୁ ଯାତ୍ରା ସମୟର ଅତି କମରେ ୭୨ ଘଣ୍ଟା ପୂର୍ବରୁ ନୂଆଦିଲ୍ଲୀ ବିମାନବନ୍ଦର ୱେବସାଇଟ୍ newdelhiairport.in ରେ ଏକ ଆତ୍ମ-ଘୋଷଣା ଫର୍ମ (ସେଲ୍ଫ ଡିକ୍ଲାରେସନ ଫର୍ମ) ପୂରଣ କରିବାକୁ ପଡିବ।

ଗାଇଡଲାଇନରେ ଦର୍ଶାଯାଇଛି ଯେ, ଯାତ୍ରୀମାନଙ୍କୁ ପୋର୍ଟାଲରେ ଏକ ଆଫିଡେଭିଟ୍ ଦେବାକୁ ପଡିବ ଯେ, ସେମାନେ ୧୪ ଦିନିଆ କ୍ୟାରେଣ୍ଟାଇନ ଅବଧି ଅନୁସରଣ କରିବେ। ସେଠାରେ ଏକ ସାତ ଦିନିଆ ଅନୁଷ୍ଠାନିକ କ୍ୟାରେଣ୍ଟାଇନ ରହିବ, ଯେଉଁଥିରେ ସେମାନଙ୍କୁ ସେମାନଙ୍କ ଖର୍ଚ୍ଚରେ ଏହି ସାତଦିନ ରହିବାକୁ ପଡ଼ିବ ଏବଂ ବାକି ସାତ ଦିନ ହୋମ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.