Home ଆନ୍ତର୍ଜାତୀୟ ଚଳିତ ବର୍ଷ ବିନା ସବସିଡିରେ ହଜ ଯାତ୍ରା କରିବେ ୨ ଲକ୍ଷ ଭାରତୀୟ ମୁସଲମାନ

ଚଳିତ ବର୍ଷ ବିନା ସବସିଡିରେ ହଜ ଯାତ୍ରା କରିବେ ୨ ଲକ୍ଷ ଭାରତୀୟ ମୁସଲମାନ

141

ନୂଆଦିଲ୍ଲୀ ୨୬-୬ (ଓଡ଼ିଆ ପୁଅ) ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ୨ ଲକ୍ଷ ଭାରତୀୟ ମୁସଲମାନ ଚଳିତ ବର୍ଷ ବିନା ସବସିଡିରେ ହଜ ଯାତ୍ରା କରିବେ। କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ସାଧୁତା ଓ ସ୍ୱଚ୍ଛତାର ସହ ଚଳିତ ବର୍ଷ ହଜ ସବସିଡି ହଟେଇ ଦେଇଥିବା ନେଇ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ଶ୍ରୀ ମୁଖତାର ଅବାସ ନକଭି ସୂଚନା ପ୍ରଦାନ କରିଥିଲେ। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହଜ ୨୦୧୯ ପ୍ରତିନିଧିମାନଙ୍କ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ ଏହି ସୂଚନା ପ୍ରଦାନ କରିଥିଲେ।

ଶ୍ରୀ ନକଭି ପ୍ରକାଶ କରିଥିଲେ ଯେ ସ୍ୱଚ୍ଛ ଏବଂ ସଚ୍ଚୋଟ ପ୍ରକ୍ରିୟା ଫଳରେ ହଜ ସବସିଡି ହଟେଇ ଦିଆଯିବା ଦ୍ୱାରା ମଧ୍ୟ ହଜ ତୀର୍ଥଯାତ୍ରୀମାନଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡିବ ନାହିଁ। ହଜ ଯାତ୍ରୀମାନଙ୍କୁ ଉପଯୁକ୍ତ ସୁବିଧା ଓ ସୁରକ୍ଷା ପ୍ରଦାନ ନେଇ କେନ୍ଦ୍ର ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ଏ କ୍ଷେତ୍ରରେ କୌଣସି ଅବହେଳାକୁ ସହ୍ୟ କରାଯିବ ନାହିଁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ନକଭି ସୂଚନା ପ୍ରଦାନ କରିଥିଲେ ଯେ ହଜ ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସାଉଦି ଆରବରେ ମୋଟ ଉପରେ ୬୨୦ ଜଣ ହଜ ସଂଯୋଜକ, ଅତିରିକ୍ତ ହଜ ପଦାଧିକାରୀ, ହଜ ସହାୟକ, ଡାକ୍ତର, ଚିକିତ୍ସା ସହାୟତାକାରୀଙ୍କୁ ମୁତୟନ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ ମହିଳା ମାନଙ୍କୁ ସାମିଲ କରାଯାଇଛି।

ଭାରତୀୟ ହଜ କମିଟି ମାଧ୍ୟମରେ ୧ ଲକ୍ଷ ୪୦ ହଜାର ଏବଂ ହଜ ଗ୍ରୁପ ସଂଗଠନ ମାଧ୍ୟମରେ ୬୦ ହଜାର ଯାତ୍ରୀ ହଜ ଯାତ୍ରା କରିବେ। ଭାରତୀୟ ହଜ କମିଟି ଦ୍ୱାରା ସ୍ଥିର କରାଯାଇଥିବା ଦରରେ ହଜ ଗ୍ରୁପ ସଂଗଠନ ୧୦ ହଜାର ଯାତ୍ରୀଙ୍କୁ ହଜ ଯାତ୍ରା କରାଇବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.