Home ଓଡ଼ିଶା ଚର୍ଚ୍ଚାରେ ବିଗ୍ ବସ

ଚର୍ଚ୍ଚାରେ ବିଗ୍ ବସ

683

ନୂଆଦିଲ୍ଲୀ,୧୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ସବୁଠାରୁ ଅଧିକ ଟିଆରପି ପାଉଥିବା ସୋ ମାନଙ୍କ ମଧ୍ଯରେ ରିୟଲିଟି ସୋ’ ବିଗ୍‌ ବସ୍‌ ନିଜର ଏକ ସ୍ବତନ୍ତ୍ର ପରିଚୟ ସ୍ରୁଷ୍ଟି କରିଛି ।  ସେପ୍ଟେମ୍ବର ମାସରେ ଆରମ୍ଭ ହେବାକୁ ଯାଉଛି ଛୋଟ ପରଦାର ସବୁଠାରୁ ବଡ଼ ରିୟଲିଟି ସୋ’ ବିଗ୍‌ ବସ୍‌ । ଯାହାର ପ୍ରଥମ ପ୍ରୋମୋ ସୁଟ୍‌ କରିସାରିଲେଣି ବଲିଉଡର ଭାଇଜାନ୍ ସଲମାନ ଖାନ୍ । ଯାହା ଖୁବ୍‌ ଶୀଘ୍ର ଏହାକୁ ରିଲିଜ୍‌ ହେବାକୁ ଯାଉଥିବା ଜଣାପଡ଼ିଛି ।

ତେବେ ଅଗଷ୍ଟ ୧୩ରେ କଲର୍ସ ଚ୍ୟାନେଲ ପକ୍ଷରୁ କରାଯାଇଥିବା ଟୁଇଟ୍‌ ପରେ ସୋ’କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏହି ହାଇଭୋଲଟେଜ୍ ସୋ’ରେ ଚଳିତ ବର୍ଷ ଯୁଦ୍ଧ ବିଷୟବସ୍ତୁକୁ ନେଇ ବିଗ୍‌ ବସ୍‌ ଆରମ୍ଭ ହେବ ବୋଲି କଲର୍ସ ଚ୍ୟାନେଲ ପକ୍ଷରୁ କରାଯାଇଥିବା ଟୁଇଟ୍‌କୁ ନେଇ ଦର୍ଶକଙ୍କ ମାହୋଲରେ ଆରମ୍ଭ ହୋଇଯାଇଛି ବିଭିନ୍ନ ଆଲୋଚନା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.