Home ଓଡ଼ିଶା ଏହି ସ୍ଥାନରେ ଅଗଷ୍ଟ ୧୮ ରେ ପାଳିତ ହୁଏ ସ୍ବାଧୀନତା ଦିବସ

ଏହି ସ୍ଥାନରେ ଅଗଷ୍ଟ ୧୮ ରେ ପାଳିତ ହୁଏ ସ୍ବାଧୀନତା ଦିବସ

1277

ନୂଆଦିଲ୍ଲୀ,୧୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଚଳିତ ବର୍ଷ ଦେଶରେ ୭୩ତମ ସ୍ବାଧୀନତା ଦିବସ ଖୁବ୍ ଧୂମଧାମରେ ପାଳନ କରାଯାଇଛି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଦେଶରେ ଏପରି ଏମିତି ଏକ ଜିଲ୍ଲା ରହିଛି ଯେଉଁଠି ୧୫ ଅଗଷ୍ଟ ନୁହେଁ ବରଂ ୧୮ ଅଗଷ୍ଟରେ ସ୍ବାଧୀନତା ଦିବସ ପାଳନ କରାଯାଇଥାଏ। ତେବେ ଜାଣନ୍ତୁ କାହିଁକି ଏହି ସ୍ଥାନରେ ୧୫ ଅଗଷ୍ଟ ପରିବର୍ତ୍ତେ ୧୮ ଅଗଷ୍ଟରେ ସ୍ବାଧୀନତା ଦିବସ ପାଳନ କରାଯାଇଥାଏ।

ଅଗଷ୍ଟ ୧୨, ୧୯୪୭ରେ ଅଲ ଇଣ୍ଡିଆ ରେଡିଓରେ ଭାରତ ସ୍ୱାଧୀନ ହେଲା ବୋଲି ଖବର ଆସିଥିଲା। ଏହା ସହ ଦେଶ ଭାଗ ଭାଗ ହୋଇଯାଇଥିବା ଖବର ମଧ୍ୟ ଲୋକେ ଜାଣିବାକୁ ପାଇଥିଲେ । କିନ୍ତୁ ସେହିସମୟରେ ପଶ୍ଚିମବଙ୍ଗରେ ଥିବା ନଦିଆ ଜିଲ୍ଲାର କିଛି ଭାଗ ପାକିସ୍ତାନରେ ସାମିଲ ହୋଇଥିବା ଘୋଷଣା କରାଯାଇଥିଲା। ଯାହା ପରେ ଏ ନେଇ ବିଦ୍ରୋହ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.