Home ଅପରାଧ ଗୋରୁ ଫସଲ ଖାଇଦେବା ସନ୍ଦେହରେ ମାଲିକଙ୍କୁ ମରଣାତ୍ମକ ଆକ୍ରମଣ

ଗୋରୁ ଫସଲ ଖାଇଦେବା ସନ୍ଦେହରେ ମାଲିକଙ୍କୁ ମରଣାତ୍ମକ ଆକ୍ରମଣ

215

ହରିଚନ୍ଦନପୁର,ତା ୧୨ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ହୁଣ୍ଡା ପଞ୍ଚାୟତ ପଣ୍ଡାପଡା ଥାନା ଅଧିନସ୍ଥ ତଅଁଳାହତା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଖବର ଅନୁଯାୟୀ ଉକ୍ତ ଗ୍ରାମର ମୁକୁନ୍ଦ ନାଏକ ଓ ଅଭୟ ନାଏକ ଉଭୟେ ମିଳିତ ଭାବେ ଦୟାନିଧି ବେହେରାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ତାଙ୍କ ଆକ୍ରମଣ ଶିକାର ହୋଇ ଦୟାନିଧି ଘଟଣାସ୍ଥଳରେ ଗୁରୁତର ହୋଇଥିଲେ । ତାଙ୍କୁ ରକ୍ତାକ୍ତ ବା ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ପରିବାର ଲୋକେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଚିକିତ୍ସା ପରେ ଦୟାନିଧିଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଦୟାନିଧିଙ୍କ କହିବା ଅନୁସାରେ ମୁକୁନ୍ଦ ନାଏକଙ୍କ କ୍ଷେତ୍ରରେ ଲାଗିଥିବା ବିରି ଗଛ ଗୁଡ଼ିକୁ କାହାର ଗାଈ ଗୋରୁ ଖାଇଦେଇଥିଲେ । ବିନା ଦୋଷରେ ଦୟାନିଧିଙ୍କ ଗାଈଗୋରୁ ଖାଇଛି ବେଲି ସନ୍ଦେହ କରି ବିଭିନ୍ନ ଲୋକଙ୍କୁ ବିଭିନ୍ନ କଥା କହିଥିଲେ । ଏସବୁ ପରେ ଗ୍ରାମର ଭଦ୍ର ଲୋକମାନେ ଓ ଗ୍ରାମରକ୍ଷୀ ସହିତ ଘଟଣା ସମ୍ପର୍କରେ ବିଚାର କରିବା ନିମନ୍ତେ ଯାଉଥିବା ବେଳେ ରାସ୍ତାରେ ହଠାତ୍ ଅଟକାଇ ବାଉଁଶ ଠେଙ୍ଗାରେ ଆଖିବୁଜା ନିର୍ଦ୍ଧୁମ ମାଡ଼ ମାରିଥିଲେ । ବାଉଁଶ ଠେଙ୍ଗା ମାଡ଼ରେ ଦୟାନିଧିଙ୍କ କାନ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସହ ମୁଣ୍ଡ ଫାଟି ଭୀଷଣ ରକ୍ତସ୍ରାବ ହୋଇଥିଲା । ଘଟଣା ସମ୍ପର୍କରେ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳକୁ ଦୌଡି ଯାଇଥିଲେ । ସେଠାରେ ଦୟାନିଧିଙ୍କୁ ଗୁରୁତର ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏନେଇ ପରିବାର ପକ୍ଷରୁ ପଣ୍ଡାପଡା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଓ ଗ୍ରାମବାସୀଙ୍କ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.