Home Coronavirus Outbreak ଗତ ୨୪ ଘଣ୍ଟାରେ ଦେଶରେ, ୨୪,୨୪୮ ନୂଆ ଆକ୍ରାନ୍ତ ୪୨୫ ମୃତ – ମୋଟ ଆକ୍ରାନ୍ତ...

ଗତ ୨୪ ଘଣ୍ଟାରେ ଦେଶରେ, ୨୪,୨୪୮ ନୂଆ ଆକ୍ରାନ୍ତ ୪୨୫ ମୃତ – ମୋଟ ଆକ୍ରାନ୍ତ ୬,୯୭,୪୧୩ ମୋଟ ମୃତ ୧୯,୬୯୩

111

ନୂଆ ଦିଲ୍ଲୀ ୬-୭ (ଓଡ଼ିଆ ପୁଅ) କରୋନାଭାଇରସ୍ ମହାମାରୀରେ ଭାରତ ରବିବାରଦିନ ଋଷକୁ ପଛରେ ପକାଇ ଭାରତ ତୃତୀୟ ସ୍ଥାନରେ ପହଁଚିଛି। ଏହି ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦୁଇ ଦେଶ ଆମେରିକା ଏବଂ ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ପହଁଚିଛି।

ଦେଶର ଦ୍ରୁତ ଗତିରେ ବଢ଼ୁଥିବା କରୋନାଭାଇରସ୍ ଏପର୍ଯ୍ୟନ୍ତ ସମସ୍ତ ରେକର୍ଡ ଭାଙ୍ଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ କରୋନାର ୨୪,୨୪୮ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୨୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬,୯୭,୪୧୩ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୯,୬୯୩ ରୋଗୀଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ବର୍ତ୍ତମାନ ୨,୫୩,୨୮୭ ସକ୍ରିୟ କରୋନା ମାମଲା ରହିଥିହବା ବେଳେ ୪,୨୪,୪୩୩ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.