Home କୋରାପୁଟ ଗଛରୁ ପଡି ଛାତ୍ରର ଭାଙ୍ଗିଲା ଦୁଇ ହାତ

ଗଛରୁ ପଡି ଛାତ୍ରର ଭାଙ୍ଗିଲା ଦୁଇ ହାତ

775

କୋରାପୁଟ ୧୩-୦୫ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସଦର ବ୍ଲକ ହିରିଡିପୁଟ ଗ୍ରାମରେ ଜଣେ ୧୩ ବର୍ଷରନାବାଳକ ଗଛରୁ ଖସି ପଡିବାରୁ ୨ଟି ହାତ ଭାଙ୍ଗିଛି। ହିରିଡିପୁଟ ଗ୍ରାମର ଭଗବାନ ଗୌଡଙ୍କ ପୁଅ ପଦ୍ମନ ଗୌଡ(୧୩ ) ସାଙ୍ଗ ମାନଙ୍କ ସହ ଗତ ଶନିବାର ଦିନ ଆମ୍ବ ତୋଳିବାକୁ ଯାଇଥିଲା। ଆମ୍ବଡାଳ ଭାଙ୍ଗି ଯିବାରୁ ପଦ୍ମନ ତଳେ ଖସି ପଡିଥିଲା। ପରିବାର ଲୋକ ପଦ୍ମନକୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଶନିବାର ଦିନ ହିଁ ଭର୍ତି କରିଥିଲେ। ଏକ୍ସ-ରେ କରିବା ପରେ ପଦ୍ମନର ୨ଟି ଯାକ ହାତ ଭାଙ୍ଗି ଥିବା ଜଣାପଡିଛି। ଡାକ୍ତର ଏଠାରେ କିଛି ହେବ ନାହିଁ ଓ ବ୍ରହ୍ମପୁର ନେବାକୁ ପରାମର୍ଶ ଦେଇଥିବା ଭଗବାନ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.