ad
କେନ୍ଦୁଝର

ଖାଦ୍ୟ ଦିଆନଯିବାରୁ ଧାରଣାରେ ବସିଲେ ସଙ୍ଗରୋଧ ପ୍ରବାସୀ

ହାଟଡିହି-୩/୬, ବାଙ୍ଗୋର ଓ ଧନୁର୍ଜୟପୁର ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ମାନଙ୍କୁ ଆଜି ଖାଇବାକୁ ଦିଆନଯିବାରୁ ସେମାନେ ରାସ୍ତା ଅବରୋଧ କରି ବସିଥିଲେ । ସେମାନଙ୍କ ଅଭିଯୋଗ ଯେ ଗତକାଲି ପୁଲିସ ଧନୁର୍ଜୟପୁର ସଙ୍ଗରୋଧ କେନ୍ଦ୍ର ଚଳାଉଥିବା ସରପଞ୍ଚଙ୍କ ପ୍ରତିନିଧି ବିଶ୍ୱଜିତ ରାଉତଙ୍କୁ ମାଡମାରି ଉଠାଇନେବା ଯୋଗୁଁ ଆଜି ସକାଳୁ ପ୍ରବାସୀ ମାନଙ୍କୁ କେହି ଖାଦ୍ୟପେୟର ବ୍ୟବସ୍ଥା କରିନଥିଲେ । ସେହିପରି ବାଙ୍ଗୋର ସଙ୍ଗରୋଧ କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ସେଠାରେ ଥିବା ପ୍ରବାସୀମାନେ ରାସ୍ତା ଉପରେ ବସିଯିବାରୁ ସାଧାରଣ ଲୋକମାନେ କେହି ସେହି ରାସ୍ତାଦେଇ ଯାତାୟତ କରିନଥିଲେ । ଏ ସମ୍ପର୍କରେ ଦୁଇ ପଞ୍ଚାୟତର ସରପଞ୍ଚବିଡିଓଙ୍କୁ ଜଣାଇବା ପରେ ବିଡିଓ ସଂପୃକ୍ତ ପଞ୍ଚାୟତର କନିଷ୍ଠଯନ୍ତ୍ରୀ ଓ ଜିଆରଏସ ମାନଙ୍କୁ ତୁରନ୍ତ ଖାଦ୍ୟପେୟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘ ୩ଘଣ୍ଟା କାଳ ରାସ୍ତାରେ ବସିରହିବାପରେ ପ୍ର୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ପରେ ପ୍ରବାସୀମାନେ ସଙ୍ଗରୋଧ ଗୃହକୁ ଫେରିଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top