Home କେନ୍ଦୁଝର କ୍ୱାରେଣ୍ଟାଇନରୁ ଯୁବକ ଫେରାର ନେଇ ଅଭିଯୋଗ କରିବାକୁ ଯାଇଥିବାବେଳେ ବାଙ୍ଗୋର ପଞ୍ଚାୟତର ମହିଳା ସରପଞ୍ଚଙ୍କୁ ପୁିସର...

କ୍ୱାରେଣ୍ଟାଇନରୁ ଯୁବକ ଫେରାର ନେଇ ଅଭିଯୋଗ କରିବାକୁ ଯାଇଥିବାବେଳେ ବାଙ୍ଗୋର ପଞ୍ଚାୟତର ମହିଳା ସରପଞ୍ଚଙ୍କୁ ପୁିସର ମାଡ ଅଭିଯୋଗ ପ୍ରତିବାଦରେ ହଜାର ହଜାର ଲୋକଙ୍କ ରାସ୍ତାରୋକ ଓ ଫାଣ୍ଡି ଘେରାଉ

236

ହାଟଡିହି-୩/୬, କ୍ୱାରେଣ୍ଟାଇନରୁ ଜଣେ ଯୁବକ ଲୁଚିକରି ଘରକୁ ପଳାଇବା ସମ୍ପର୍କରେ ପୁଲିସରେ ଅଭିଯୋଗ କରିବାକୁ ଫାଣ୍ଡିକୁ ଯାଇଥିବାବେଳେ ପୁଲିସ ମହିଳା ସରପଞ୍ଚଙ୍କୁ ମାଡ ମାରିବାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ହଜାର ହଜାର ଲୋକ ଲକଡାଉନକୁ ଖାତିର ନକରି ସାମାଜିକ ଦୁରତାକୁ ଭୁଲିଯାଇ ରାସ୍ତାରୋକ କରିବା ସହିତ ଫାଣ୍ଡି ଘେରାଉ କରିଥିଲେ ।

ଅଭିଯୋଗରୁ ଜଣାଯାଇଛି ଯେ କେନ୍ଦୁଝର ସଦର ଥାନା ବେଲପସି ଗ୍ରାମର ଜଣେ ଯୁବତୀକୁ ଧନୁର୍ଜୟପୁର ଗହଳାଡାହି ଗ୍ରାମର ଜଣେ ଯୁବକ ଉଠାଇ ଆଣି କୋର୍ଟରେ ବିବାହ କରି ଘରେ ରହିଥିଲା । ଗତକାଲି ରାତିରେ ବଉଳା ଫାଣ୍ଡି ପୁଲିସ ଯୁବତୀଙ୍କ ସମ୍ପର୍କୀୟ ମାନଙ୍କ ଗହଳଡାହି ଗ୍ରାମକୁ ଯାଇ ଉକ୍ତ ଯୁବକ ଓ ଯୁବତୀକୁ ଥାନାକୁ ନେଇ ଆସିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନଙ୍କୁ ନଛାଡିବାରୁ ଗହଳଡାହି ଗ୍ରାମର ଶତାଧିକ ଲୋକ ଆସି ଫାଣ୍ଡି ଘେରାଉ କରିଥିଲେ । ସେମାନେ ଏନେଇ ଧନୁର୍ଜୟପୁର ପଞ୍ଚାୟତର ସରପଞ୍ଚଙ୍କୁ ଡାକିଥିଲେ । ମାତ୍ର ସରପଞ୍ଚ ଅସୁସ୍ଥ ଥିବାରୁ ତାଙ୍କ ପ୍ରତିନିଧି ଭାବେ ତାଙ୍କ ସ୍ୱାମୀ ବିଶ୍ୱଜିତ ରାଉତ ଫାଣ୍ଡିକୁ ଆସି ଫାଣ୍ଡି ଅଧିକାରୀଙ୍କ ସହିତ ଆଲୋଚନା କରି ଉକ୍ତ ଯୁବକ ଯୁବତୀକୁ ଛାଡିଦେବାପାଇଁ କଥାବାର୍ତ୍ତା ହେଉଥିଲେ । ସେହି ସମୟରେ ବାଙ୍ଗୋର ପଞ୍ଚାୟତରେଣ୍ଟାଇନ ସେଣ୍ଟରରୁ ଜଣେ ପ୍ରବାସୀ ପାଚେରୀ ଡେଇଁ ପଳାଇଥିବା ନେଇ ବାଙ୍ଗୋର ସରପଞ୍ଚ ସୁପ୍ରଭା ରାଉତ ଓ ତାଙ୍କ ସ୍ୱାମୀ ତଥା ସମିତିସଭ୍ୟ ବିବେକାନନ୍ଦ ରାଉତ ବଉଳାଫାଣ୍ଡିରେ ପହଞ୍ଚି ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବଉଳା ଫାଣ୍ଡି ପୁଲିସ ସଙ୍ଗେସଙ୍ଗେ ଉକ୍ତ ପ୍ରବାସୀଙ୍କୁ ଖୋଜି ଠାବ କରିବା ସହିତ ତାକୁ ଆଣି କ୍ୱାରେଣ୍ଟାଇନ ସେଣ୍ଟରରେ ଛାଡିଥିଲେ । କିନ୍ତୁ ଏହି ସମୟରେ ସୋସୋ ଥାନା ଅଧିକାରୀ ଗଗନ ନାୟକ ଓ ଘସିପୁରା ଥାନା ଏସ.ଆଇ ବିଶ୍ୱଜିତ ବେହେରା ପୁଲିସ ଫୋର୍ସନେଇ ଫାଣ୍ଡି ସମ୍ମୁଖରେ ଏକତ୍ରିତ ହୋଇଥିବା ଲୋକଙ୍କୁ ଘଉଡାଇବା ସହିତ ଫାଣ୍ଡି ଭିତରେ ଥିବା ସରପଞ୍ଚ ସୁପ୍ରଭା ରାଉତଙ୍କୁ ମାଡ ମାରିବା ସହିତ ତାଙ୍କ ବେକକୁ ଚିପି ଦେଇଥିଲେ ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି । ସେହିପରି ସମିତିସଭ୍ୟ ବିବେକାନନ୍ଦ ରାଉତଙ୍କୁ ମାଡମାରି ଜୋର ଜବରଦସ୍ତ ମୋବାଇଲ ଫୋନଟିକୁ ମଧ୍ୟ ଛଡାଇ ନେଇଥିଲେ । ମାତ୍ର ତାଙ୍କୁ ଛାଡିଦେଇ ଧନୁର୍ଜୟପୁର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ବିଶ୍ୱଜିତ ରାଉତଙ୍କୁ ମାଡମାରି ଉଠାଇ ନେଇଥିଲା ବୋଲି ଧନୁର୍ଜୟପୁର ସରପଞ୍ଚ ଅନ୍ନପୁର୍ଣ୍ଣା ରାଉତ ଅଭିଯୋଗ କରିଛନ୍ତି । କିଛିଦିନ ତଳେ କ୍ୱାରେଣ୍ଟାଇନ ସେଣ୍ଟର ନିର୍ମାଣ ପାଇଁ ମେଣ୍ଟଲ ଗାଡି ଧରି ଆସୁଥିବାବେଳେ ଯୋର ଜବରଦସ୍ତ ତାଙ୍କ ଗାଡିକୁ ଥାନାକୁ ନେଇ ୧୫ଦିନ କାଳ ଅଟକ ରଖିବା ଓ ଏନେଇ ସେ ହାଇକୋର୍ଟରେ ମାମଲା ଦାୟର ପରେ ତାକୁ କୋର୍ଟ ଫରୱାର୍ଡ କରିଥିଲେ । ଉକ୍ତ ଥାନା ଅଧିକାରୀ ଜଣକ ସେହି ରାଗରେ ତାଙ୍କ ଉପରେ ଏପରି ଆକ୍ରୋଶ ମୁଳକ ପଦକ୍ଷେପ ନେଉଛି ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି ।
ଏ ଖବରପାଇ ଆଜି ଦୁଇଟିଯାକ ପଞ୍ଚାୟତର ହଜାରେ ରୁ ଉର୍ଦ୍ଧ ପଞ୍ଚାୟତବାସୀ ବଉଳା- ବିଦ୍ୟାଧରପୁର ରାସ୍ତାକୁ ଖାଦାନହାଟ ନିକଟରେ ଅବରୋଧ କରିିଥିଲେ । ସେମାନେ ତୁରନ୍ତ ସୋସୋ ଥାନା ଅଧିକାରୀ ଗଗନ ନାୟକ ଓ ଘସିପୁରା ଥାନା ଏସ.ଆଇ ବିଶ୍ୱଜିତ ବେହେରାଙ୍କ ନିଲମ୍ବନ ଦାବି କରିଥିଲେ । ଲକଡାଉନ ସମୟରେ ପୁଲିସ ଲୋକମାନଙ୍କ ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ ଦେଖାଇ କରୋନା ଯୋଦ୍ଧାର ସମ୍ମାନ ହାସଲ କରୁôତବାବେଳେ କେନ୍ଦୁଝର ଜିଲ୍ଲାରେ ଏପରି କିଛି ଅଧିକାରୀଙ୍କ ପାଇଁ ଆଇନି ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ଲୋକମାନେ ସାମାଜିକ ଦୁରତା ନମାନି ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଉଛନ୍ତି । ସରପଞ୍ଚ ମାନେ ଏବେ ଜିଲ୍ଲାପାଳ କ୍ଷମତା ପାଇଥିବାବେଳେ ଜଣେ ମହିଳା ସରପଞ୍ଚଙ୍କ ଉପରେ ଦୁଇଜଣ ପୁରୁଷ ପୁଲିସ ହାତଉଠାଇ ମାଡ ମାରିବା ଘଟଣାକୁ ସମସ୍ତେ ନିନ୍ଦା କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପରିସ୍ଥିତି ପାଇଁ ପୁଲିସ ଦାୟୀ ରହିବ ବୋଲି ଲୋକମାନେ କହିôତଲେ । ଲୋକମାନେ ରାସ୍ତା ଅବରୋଧ କରିବା ଫଳରେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା । ମଧ୍ୟାହ୍ନରେ ବିରୋଧିଦଳ ମୁଖ୍ୟ ସଚେତକ ମୋହନ ମାଝୀ, ପୁର୍ବତନ ସାଂସଦ ଅନନ୍ତ ଚରଣ ନାୟକ, ବିଜେପି ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ, ଜିଲ୍ଲାପରିଷଦ ଟିକି କିସ୍କୁ, ରାମଚନ୍ଦ୍ର ସାହୁ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଟୁକୁନା ମହାନ୍ତ,ମଧୁସୁଦନ ରାଉତ, ହରମୋହନ ଶାସିନି, ବଳଭଦ୍ର ବାରିକଙ୍କ ସମେତ ଆନନ୍ଦପୁର ଓ ହାଟଡିହିର ଶତାଧିକ ବିଜେପି କର୍ମୀ ଘଟଣାସ୍ଥଳରେ ପହଞ୍ଚିି ଏହାର ଦୃଢ଼ ପ୍ରତିବାଦ କରିଥିଲେ । ପରେ ସେମାନେ ଦୀର୍ଘ ସମୟ ଧରି ବଉଳା ଫାଣ୍ଡି ଘେରାଉ କରିଥିଲେ । ପରେ ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧି ଦଳ ଏସଡିପିଓଙ୍କ ସହିତ ଆଲୋଚନା କରିବା ପରେ ସରପଞ୍ଚ ସୁପ୍ରଭା ରାଉତଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯିବା ସହିତ ୨୪ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଏସପିଙ୍କୁ ରିପୋର୍ଟ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆନ୍ଦୋଳନକୁ ତୀବ୍ରତର କରିବୁ ବୋଲି ବିରୋଧିଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ଅନ୍ୟପକ୍ଷରେ ଗତକାଲି ରାତିରେ ଥାନା ଘେରାଉ କରିବା ସମୟରେ ଫାଣ୍ଡି ଉପରକୁ ଟେକାପଥର ମାଡ କରାଯାଇଥିବାରୁ ଏକ ମାମଲା ରୁଜୁକରାଯାଇ ବିଶ୍ୱଜିତ ରାଉତ ଓ ପ୍ରକାଶ ସାହୁଙ୍କୁ ଗିରଫ କରାଯାଇଛି ବୋଲି ଏସଡିପିଓ ବିଦ୍ୟୁତ ପଣ୍ଡା ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.