Home କୋରାପୁଟ କୋରାପୁଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତି ଉସôବ ଉଦଘାଟିତ

କୋରାପୁଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତି ଉସôବ ଉଦଘାଟିତ

221

କୋରାପୁଟ ; ତା୨୨-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତି ଉସôବ ଉଦଘାଟିତ ହୋଇଯାଇଛି ।ପରିଚାଳନା କମିଟିର ସଭାପତି ସୁବାସ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଶିକ୍ଷା ଓ ପରମ୍ପରାକୁ ଶିଶୁ ମନ୍ଦିର ବଜାଇ ରଖିଥିବା ଶ୍ରୀ ପଣ୍ଡା ବକ୍ତବ୍ୟରେ ପ୍ରକାଶ କରିଥିଲେ ।ଯେଉଁ ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ଆଗକୁ ବଢୁଛି ସେହି ଅନୁଷ୍ଠାନକୁ ରାଜ୍ୟ ସରକାର ଆଗକୁ ଆସି ଆର୍ଥିକ ସହାୟତା ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ ।୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ହକି ବିଶ୍ୱକପ ଆୟୋଜନ କରି ବିଶ୍ୱରେ ଓଡିଶାର ନାମ ବଢିଲା କିନ୍ତୁ ଓଡିଶାରେ ଅନେକ ସମସ୍୍ୟା ରହିଥିବା ସେ ସୂଚନା ଦେଇଥିଲେ ।ଓଡିଶାରେ ବେରୋଜଗାର ବୃଦ୍ଧି ପାଇଥିବା ବେଳେ ରାଜ୍ୟର ୪୩ ଲକ୍ଷ ଲୋକେ ବାହାର ରାଜ୍ୟକୁ ଯାଇ ଅକଥନୀୟ ନିର୍ଯ୍ୟାତନାର ଶୀକାର ହେଉଥିବା ସେ ପ୍ରକାଶ କରିଥିଲେ ।କୃଷି ଓ ସ୍ୱାସ୍ଥ୍ୟ ସମସ୍୍ୟା ଅନେକ ରହିଥିବା ବେଳେ ମହିଳା ଓ ଶିଶୁମାନଙ୍କ ଉପରେ ହିଂସା ବୃଦ୍ଧି ପାଉଥିବା ସେ ସୂଚନା ଦେଇଥିଲେ ।ଓଡିଶାରେ ଦୁର୍ନିତି ବୃଦ୍ଧି ପାଉଥିବାରୁ ଏହା ବିକାଶରେ ବାଧା ଦେଉଥିବା ସେ ସୂଚନା ଦେଇଥିଲେ ।ଏହିସବୁ ସମସ୍ୟାର ସମାଧାନ ହେଲେ ଓଡିଶା ଅଗ୍ରଗତି କରିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଅମୁଲ୍ୟ ରଂଜନ ମହାପାତ୍ର ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିବା ବେଳେ ଗାୟତ୍ରୀ ବାହିନିପତି ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ ।କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ପୁରସ୍କୃତ କରିଥିଲେ ।ଏହି ଉଦଘାଟନୀ ଉସôବରେ ପରିଚାଳନା କମିଟିର ସଂପାଦକ ପ୍ରଭାତ କୁମାର ମାଝି , ଉପସଭାପତି ଦିଲିପ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଲେ ପ୍ରଧାନଆଚାର୍ଯ୍ୟ ଅଲେଖ ଚନ୍ଦ୍ର ଦୋରା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଓଡିଶାର ପ୍ରଗତି ଓ ପରିବର୍ତନ ପାଇଁ ଯିଏ କଥାକୁ ଆଗକୁ ନେଇ କାମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ମୁଁ ତାଙ୍କ ସହିତ ମିଶି କାମ କରିବି ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଥିବା ବେଳେ କିଏ ଅଛନ୍ତି ବୋଲି ସାମ୍ବାଦିକମାନେ ପ୍ରଶ୍ନ ପଚାରିବାରୁ ନିକଟରେ ଜଣାପଡିବ ବୋଲି ସେ ଉତରରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.