Home ଓଡ଼ିଶା କୋରାପୁଟ ଶିଶୁ ବିକାଶ ବିଭାଗର କର୍ମଚାରୀମାନେ ଗୋଟିଏ ଦିନର ଦରମା ସିଏମଆରଏଫକୁ ପ୍ରଦାନ କଲେ

କୋରାପୁଟ ଶିଶୁ ବିକାଶ ବିଭାଗର କର୍ମଚାରୀମାନେ ଗୋଟିଏ ଦିନର ଦରମା ସିଏମଆରଏଫକୁ ପ୍ରଦାନ କଲେ

347

କୋରାପୁଟ ୦୯-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ) ଫୋନି ବାତ୍ୟାର କ୍ଷତିଗସ୍ତ ଲୋକମାନଙ୍କୁ ଆର୍ଥିକ ସହାୟତା ନିମନ୍ତେ କୋରାପୁଟ ଶିଶୁ ବିକାଶ କାର୍ଯ୍ୟାଳୟର କର୍ମଚାରୀମାନେ ଗୋଟିଏ ଦିନର ଦରମା ପ୍ରଦାନ କରିଥିବା ଜଣାପଡିଛି।କୋରାପୁଟ ସିଡିପିଓ ସୁଷମା ମହାପାତ୍ର, ମିଶନଶକ୍ତିର ଜିଲ୍ଲା ସଂଯୋଜିକା ବିନୋଦିନୀ ବେହେରା, ରାଜର୍ଶି ସାହୁ, ତୁଳାବତୀ ମାଛ, ଜ୍ୟୋତି ମୋହିନୀ ବାଘ ଓ ନିହାରିକା ଖୋସଲା ପ୍ରମୁଖ ୨୧ ହଜାର ୬୯୦ଟଙ୍କାର ଏକ ଚେକ କୋରାପୁଟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟନାୟକଙ୍କୁ ପ୍ରଦାନ କରିଥିଲେ।

ସେହିପରି ଦଶମନ୍ତପୁର କଲେଜର ଛାତ୍ର ସୁବ୍ରତ ଚନ୍ଦନ ଖରା ୨ ହଜାର ଟଙ୍କାର ଚେକ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କୁ ପ୍ରଦାନ କରିଥିଲେ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.