Home ଓଡ଼ିଶା କୋରାପୁଟରେ ମାଟି ଅତଡା ଖସି ୨ ମୃତ

କୋରାପୁଟରେ ମାଟି ଅତଡା ଖସି ୨ ମୃତ

24

କୋରାପୁଟ ୧୮-୦୮(ଓଡ଼ିଆ ପୁଅ/ରଞ୍ଜନ ଦାସ) କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନା ଅନ୍ତର୍ଗତ ଅଟଲଗୁଡା ଠାରେ ମାଟି ଅତଡା ଖସି ୨ ଜଣ ବ୍ୟକ୍ତି ମୃତ୍ୟବରଣ କରିଥିବା ଜଣାପଡ଼ିଛି। ହଲଦିକୁଣ୍ଡ ପଂଚାୟତର ଦୋରାଗୁଡ଼ା ଗ୍ରାମର ସାଲିମୁ ଦୁରିଆ (୫୦ବର୍ଷ) ଓ ତ୍ରିଲୋଚନ ଧାରୁଆ (୪୫ ବର୍ଷ) ୨ ଜଣ ବ୍ୟକ୍ତି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ଥିଲେ ବୋଲି ସୂଚନା ମିଳିଛି। ଲଗାଣ ବର୍ଷା ଯୋଗୁଁ ଏକ ଗୁମ୍ଭାରେ ଆଶ୍ରୟ ନେଇଥିବା ବେଳେ ମାଟି ଅତଡ଼ା ଖସି ମୃତ୍ୟୁବରଣ କରିଥିଲେ ବୋଲି ଜଣାପଡ଼ିଛି। ଗ୍ରାମବାସୀଙ୍କ ସହାୟତାରେ ଦୁଇଟି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବୈପାରିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ଜଣାପଡ଼ିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମୃତକ ପରିବାରବର୍ଗଙ୍କୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯାଇଥିବା ଜିଲ୍ଳା ଜରୁରୀକାଳିନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.