Home ଜିଲ୍ଲା ପରିକ୍ରମା ଅଗଷ୍ଟ ୨୦ ରୁ ଜିଲ୍ଲାରେ ଭୀମଭୋଇ ସାମର୍ଥ୍ୟ ଅଭିଯାନ ଶିବିର ଆରମ୍ଭ

ଅଗଷ୍ଟ ୨୦ ରୁ ଜିଲ୍ଲାରେ ଭୀମଭୋଇ ସାମର୍ଥ୍ୟ ଅଭିଯାନ ଶିବିର ଆରମ୍ଭ

28

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ନିର୍ଦ୍ଦେଶମତେ ଜିଲ୍ଲାର ୭ଟି ଯାକ ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜନ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ସରିଛି। କୋଭିଡ଼୍ ନିୟମ ଅନୁପାଳନ ଆଧାରରେ ଏହି ଶିବିର ଆୟୋଜନ ନେଇ ସମସ୍ତ ବି.ଡ଼ି.ଓ.ମାନଙ୍କୁ ସୂଚନା ପ୍ରଦାନ କରାଯାଇଛି। ଅଗଷ୍ଟ ମାସର ୨୦ ତାରିଖରେ ଭଣ୍ଡାରିପୋଖରୀ ବ୍ଲକ୍ ପାଇଁ ଭଣ୍ଡାରିପୋଖରୀ ଜୁନିୟର କଲେଜରେ, ୨୩ରେ ଭଦ୍ରକ ପୌରାଞ୍ଚଳ ପାଇଁ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ଭଦ୍ରକରେ, ୨୪ରେ ଚାନ୍ଦବାଲି ବ୍ଲକ ଓ ଏନ୍‌.ଏ.ସି. ପାଇଁ ମତୋ ସରକାରୀ ଉଚ୍ଚ ବିଦ୍ୟାଳୟରେ, ୨୫ରେ ବନ୍ତ ବ୍ଲକ ପାଇଁ ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଗଣିଜାଙ୍ଗ, ୨୬ରେ ଧାମନଗର ବ୍ଲକ ଓ ଏନ୍‌.ଏ.ସି. ପାଇଁ ଶହିଦନଗର ହାଇସ୍କୁଲ କଟ୍‌ସାହି, ୩୦ରେ ତିହିଡ଼ି ବ୍ଲକ୍ ପାଇଁ ତିହିଡ଼ି କଲେଜ୍‌, ସେପ୍ଟେମ୍ବର ମାସର ୨ ତାରିଖରେ ଭଦ୍ରକ ବ୍ଲକ୍ ପାଇଁ ୟୁ.ଏନ୍‌.ହାଇସ୍କୁଲ, ଜଳଙ୍ଗା, ଗେଲଟୁଆ, ୩ରେ ବାସୁଦେବପୁର ବ୍ଲକ୍ ପାଇଁ ଏ.ବି.କଲେଜ ବାସୁଦେବପୁର, ୭ରେ ବାସୁଦେବପୁର ପୌରାଞ୍ଚଳ ପାଇଁ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଏହି ଶିବିର ଆୟୋଜିତ ହେବ। ଏହି ଶିବିରକୁ ଆସିବାକୁ ଥିବା ଦିବ୍ୟାଙ୍ଗମାନଙ୍କ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ବିଶେଷଜ୍ଞ ଡ଼ାକ୍ତରମାନଙ୍କୁ ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରମାଣପତ୍ର ପାଇ ନଥିବା ଦିବ୍ୟାଙ୍ଗମାନେ ଏହି ଶିବିରକୁ ଆସି ଡ଼ାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଇ ପ୍ରମାଣପତ୍ର ପାଇବାକୁ ନାମ ତାଲିକା ଭୁକ୍ତ କରାଇ ସୁଯୋଗ ନେଇପାରିବେ। ଏଥିପାଇଁ ଉଦ୍ଦିଷ୍ଟ ୟୁଡ଼ିଆଇଡ଼ି ପୋର୍ଟାଲରେ ପୂର୍ବରୁ ପଞ୍ଜିକରଣ କରିଥିବା ନବୀକରଣ ହୋଇନଥିବା ଦିବ୍ୟାଙ୍ଗମାନେ ମଧ୍ୟ ଏହି ଶିବିରକୁ ଆସି ନବୀକରଣ କରାଇ ନେବାର ସୁବିଧା ପାଇପାରିବେ। ଉଲ୍ଲେଖଯୋଗ୍ୟକି ବିଶେଷ କରି ଶୂନ ରୁ ୬ବର୍ଷ ପର୍ଯ୍ୟନ୍ତ ପୂର୍ବରୁ ସର୍ଭେ ଅନୁଯାୟୀ ଚିହ୍ନିତ ଶିଶୁମାନଙ୍କୁ ଏହି ଶିବିରରେ ପରୀକ୍ଷା କରାଯାଇ ପ୍ରମାଣପତ୍ର ସହ ଶୀଘ୍ର ଚିହ୍ନଟ ଓ ପ୍ରତିକାରାତ୍ମକ ଚିକିତ୍ସା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା ଅନୁଭାଗ ଦ୍ୱାରା ଏହି ଶିବିର ଆୟୋଜନ ନେଇ ପ୍ରସ୍ତୁତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.