Home କୋରାପୁଟ କୋରାପୁଟଠାରେ ବିଶ୍ୱ ପରିବେଶ ଦିବସ ପାଳିତ

କୋରାପୁଟଠାରେ ବିଶ୍ୱ ପରିବେଶ ଦିବସ ପାଳିତ

180

କୋରାପୁଟ ; ତା୦୫-୦୬-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଆଂଚଳିକ ବନ ସଂରକ୍ଷକଙ୍କ ସଭାଗୃହଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି ।ଜୟପୁର ବନଖଣ୍ଡ ଅଧିକାରୀ ଅଶ୍ୱିନୀ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ କୋରାପୁଟ ତାଲୁକା ଆଇନ ସେବା କେନ୍ଦ୍ରର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଏସଡିଜିଏମ ସୈାଭାଗ୍ୟ ରଂଜନ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।ବର୍ତମାନ ପରିବେଶ ସଂପୂର୍ଣ୍ଣ ଅସୁରକ୍ଷିତ ଅବସ୍ଥାରେ ରହିଥିବାରୁ ଜଙ୍ଗଳକୁ ସୁରକ୍ଷିତ ରଖିବାକୁ ସେ ପରାମର୍ଶ ଦେଇଥିଲେ ।ପରିବେଶକୁ ସନ୍ତୁଲିତ କରିବା ହେଉଛି ଆମ୍ଭମାନଙ୍କର ଦାୟିତ୍ୱ ବୋଲି ସ୍ୱତନ୍ତ୍ର ଜଜ ଗୟାଧର ପାଣିଗ୍ରାହୀ ଅନ୍ୟତମ ଅତିଥିଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ ।ବୃକ୍ଷ ଲୋପପାଉଥିବାରୁ ପ୍େରତ୍ୟକ ବ୍ୟକ୍ତି ନିଜ ଜନ୍ମଦିନରେ ଗୋଟିଏ ବୃକ୍ଷ ରୋପଣ କରିବାକୁ ଏସିଏଫ ଉମା ମହେଶ ପରାମର୍ଶ ଦେଇଥିଲେ ।ଜନ୍ମଦିନ ଉଦ୍ୟାନ କରାଯିବାକୁ ଏକ ପ୍ରସ୍ତାବ ରହିଥିବା ସେ ସୂଚନା ଦେଇଥିଲେ । ଏହି ଅବସରରେ କୋଟପାଡର ଲକ୍ଷ୍ମିନାରାୟଣ ତଲବ ,ଜୟପୁରର ନିମାଁଇ ଚରଣ ଦାଶ ,ବୋରିଗୁମ୍ମାର ଗୈାରୀ ଶଙ୍କର ସାମନ୍ତରାୟ ,କୋରାପୁଟର ସୁରେନ୍ଦ୍ର ତନ୍ତି ,ବୈପାରୀଗୁଡାର ମଧୂସୂଦନ ରାଉତ ,ପଟ୍ଟାଙ୍ଗୀର ରାମାରାଓ ଜାନି ,ସେମିଲିଗୁଡାର ସଂଜୟ କୁମାର ମଲ୍ଲିକ ଓ ନନ୍ଦପୁରର ବଦୁ ତଙ୍ଗୁଲ ପ୍ରମୁଖ ୮ ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରମାଣ ପତ୍ର ସହ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା ।ଶେଷରେ ଏସିଏଫ ଉମା ମହେଶ ଧନ୍ୟବାଦ ଅର୍ପଣ କରିଥିଲେ ।ବନ ଓ୍ୟଷଧି ଉଦ୍ୟାନରେ ଅତିଥି ଓ ଅଧିକାରୀମାନେ ୨୪ ଟି ବୃକ୍ଷରୋପଣ କରିଥିଲେ ।ଏହି ଉସôବରେ ସଫା ଓ ସବୁଜ ଭାରତ ଉପରେ ଆଲୋଚନା କରାଯାଇଥିଲା ।ଓକିଲ ନିହାର ରଂଜନ ପଟନାୟକ ଓ କିଶୋର ଚନ୍ଦ୍ର ପଟନାୟକଙ୍କ ସହ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ କୋରାପୁଟ ବନାଞଳ ଅଧିକାରୀ ସୁବାସ ଚନ୍ଦ୍ର ଖୁଟିଂଆ ପରିଚାଳନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.