Home ଆମ ସଂସ୍କୃତି, କଳା ଓ ଐତିହ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା: ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି ଐତିହାସିକ କୀର୍ତିରାଜି ରାତି...

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା: ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି ଐତିହାସିକ କୀର୍ତିରାଜି ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ

116

ଭୁବନେଶ୍ୱର ୩୦-୭ (ଓଡ଼ିଆ ପୁଅ) ଭୁବନେଶ୍ୱରସ୍ଥିତ ରାଜାରାଣୀ ମନ୍ଦିର ପରିସର ସମେତ ଦେଶର ୧୦ଟି ଐତିହାସିକ କୀର୍ତିରାଜି ସୂର୍ଯେ୍ୟାଦୟ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ଘୋଷଣା କରିଛନ୍ତି। ଏସବୁ କୀର୍ତିରାଜିର ଭ୍ରମଣ ସମୟକୁ ବୃଦ୍ଧି କରାଯାଇଥିବା ସମ୍ପର୍କରେ ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ପୂର୍ବରୁ ଏସବୁ ଐତିହ୍ୟସ୍ଥଳୀ ସକାଳ ୯ଟାଠାରୁ ଅପରାହ୍ଣ ସାଢ଼େ ୫ଟା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଖୋଲା ରହୁଥିଲା। ଶ୍ରୀ ପଟେଲ କହିଛନ୍ତି ଯେ ଜନସାଧାରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି ନିଷ୍ପତି ନିଆଯାଇଛି, ସେମାନେ ଏହି ଐତିହ୍ୟସ୍ଥଳୀଗୁଡ଼ିକୁ ବୁଲିବା ଏବଂ ଏଗୁଡ଼ିକର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ଅଧିକ ସମୟ ପାଇପାରିବେ।

ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ ଏହି ୧୦ଟି ଐତିହ୍ୟସ୍ଥଳୀ ସମେତ ଅନ୍ୟ ଐତିହାସିକ କୀର୍ତିରାଜିକୁ ଅଧିକ ସମୟ ଖୋଲା ରଖିବା ଲାଗି ବିଚାର କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଥିବା ୧୦ଟି ଐତିହ୍ୟସ୍ଥଳୀ ମଧ୍ୟରେ ରହିଛି : ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ ରାଜାରାଣୀ ମନ୍ଦିର ପରିସର, ମଧ୍ୟପ୍ରଦେଶର ଛତରପୁରସ୍ଥିତ ଖଜୁରାଓ ଦୁହ୍ଲାଦେଓ ମନ୍ଦିର, ହରିୟାଣାର କୁରୁକ୍ଷେତ୍ର ଅନ୍ତର୍ଗତ ଥାନେସାରସ୍ଥିତ ଶେଖ ଚିଲ୍ଲି ସମାଧିସ୍ଥଳ, ଦିଲ୍ଲୀର ସଫଦରଜଙ୍ଗ ଓ ହୁମାୟୁଁ ସମାଧିସ୍ଥଳ, କର୍ଣ୍ଣାଟକର ଭାଗଲକୋଟ ଅନ୍ତର୍ଗତ ପଟ୍ଟଦକ୍କାଲସ୍ଥିତ କୀର୍ତିରାଜି, କର୍ଣ୍ଣାଟକ ବିଜୟପୁରାସ୍ଥିତ ଗୋଲ ଗୁମ୍ବଜ, ମହାରାଷ୍ଟ୍ର ଗଡ଼ଚିରୌଲି ଅନ୍ତର୍ଗତ ଛାମୁର୍ସି ମର୍କଣ୍ଡ ମନ୍ଦିରମାଳା, ଉତର ପ୍ରଦେଶ ବାରାଣସୀସ୍ଥିତ ବୈଧଶାଳା ମନମହଲ, ଗୁଜରାଟ ପଟନସ୍ଥିତ ରାଣୀ କି ଭାଓ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.