Home ଓଡ଼ିଶା ପଇସା ନଦେଲେ ଶବ ଛାଡ଼ିବୁ ନାହିଁ

ପଇସା ନଦେଲେ ଶବ ଛାଡ଼ିବୁ ନାହିଁ

149

ଆନନ୍ଦପୁର,୩୦/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): କଟକ ଜଗତପୁରର ଏକ ନର୍ସିଙ୍ଗ ହୋମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମେଡିକାଲ ଦେୟ ବାବଦକୁ ବଳକା ଅର୍ଥ ନ ମିଳିଲେ ମୃତଦେହକୁ ଛଡ଼ାଯିବନାହିଁ ବୋଲି ନର୍ସିଂହୋମ କର୍ତୃପକ୍ଷ ରୋକଠୋକ ଶୁଣାଇଦେଇଛନ୍ତି । ଫଳରେ ଜଣେ ଆଦିବାସୀ ମହିଳାଙ୍କ ମୃତଦେହ ଫସି ରହିଛି ।

ମିଳିଥିବା ସୂଚନା ମୁତାବକ କେନ୍ଦୁଝର ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡାର ଉଲେଇକୁଣ୍ଡିର ଜଣେ ମହିଳାଙ୍କୁ ସାପ କାମୁଡ଼ିଦେଇଥିଲା । ପରେ ସେ ଉକ୍ତ ନର୍ସିଂ ହୋମକୁ  ଯାଇଥିଲେ। ତାଙ୍କ ନାମ ହେଉଛି ସିନି ହେମ୍ବ୍ରମ । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକ କଟକ ଜଗତପୁରର ୟୁନିକ ନର୍ସିଙ୍ଗ ହୋମରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.