Home ଓଡ଼ିଶା ବିଭିନ୍ନ ଜିଲ୍ଲାକୁ ରେଡ, ହେଲୋ ଓ ଅରେଞ୍ଜ ଆଲର୍ଟ

ବିଭିନ୍ନ ଜିଲ୍ଲାକୁ ରେଡ, ହେଲୋ ଓ ଅରେଞ୍ଜ ଆଲର୍ଟ

183

ଭୁବନେଶ୍ବର,୩୦/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଏବେ ଧୀରେ ଧୀରେ ଲଘୁଚାପ ଘନୀଭୂତ ହେଉଥିବା ବେଳେ ମୌସୁମୀ ମଧ୍ୟ ସକ୍ରିୟ ରହିଛି। ଫଳରେ ଅଗଷ୍ଟ ୫ ଯାଏଁ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି କୁହାଯାଇଛି।

ତେବେ ୩୦ ତାରିଖ ପର୍ଯ୍ୟନ୍ତ କୋ‌ରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ  ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ରେଡ୍‌-ଆଲର୍ଟ ଜାରି କରାଯାଇଛି। ଏହି ସମୟ ମଧ୍ୟରେ କଳାହାଣ୍ଡି, ନୂଆପଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ ବି ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ସେହି ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ବୌଦ୍ଧ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ବି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ତାହାକୁ ଦୃଷ୍ଟିରେ ରଖି ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ଆଲର୍ଟ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.