Home ଓଡ଼ିଶା କେନ୍ଦୁପତ୍ର ତୋଳୁଥିବା ବେଳେ ଯୁବତୀ ଅସୁସ୍ଥ, ଚିକିତ୍ସା ସମୟରେ ମୃତ୍ୟୁ

କେନ୍ଦୁପତ୍ର ତୋଳୁଥିବା ବେଳେ ଯୁବତୀ ଅସୁସ୍ଥ, ଚିକିତ୍ସା ସମୟରେ ମୃତ୍ୟୁ

614

ମାଲକାଗନଗିରି, ୨୯ା୪ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାତର ଭାବେ ୪୩ଡିଗ୍ରୀ ତାପମାତ୍ରା ସାଙ୍ଗକୁ ପ୍ରବଳଗରମ ହେଉଥିବା ବେଳେ ପେଟ ପାଟଣା ପାଇଁ ଜଣେ ଆଦିବାସୀ ଯୁବତୀ ପ୍ରବଳଖରା ରେ କେନ୍ଦୁପତ୍ର ତୋଳୁଥିବା ସମୟରେ ଅସୁସ୍ଥ ହୋଇପଡି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ମାଲକାନଗିରି ଥାନାସ୍ଥ ପେଡାକୋଣ୍ଡା ଗ୍ରାମର ଗରିବ ଆଦିବାସୀ ଗୁରୁ ମାଡକାମିଙ୍କ ୨୪ ବର୍ଷର ଝିଅ ଶୁକମତି ମାଡକାମି ରବିବାର ଦିନ ନିକଟସ୍ଥ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ରବିବାର ଦିନ ୪୩ ଡିଗ୍ରୀ ତାପମାତ୍ରା ସାଙ୍ଗକୁ ପ୍ରବଳଖରା ହୋଇଥିଲେ ମଧ୍ୟ ନିଜପରିବାର ପ୍ରତିପୋଷଣପାଇଁ ସେ ସକାଳା ୭ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରବଳ ଖରାରେ କେନ୍ଦୁପତ୍ର ତୋଳୁଥିଲେ। ଘରକୁ ଆସି ବା ପରେ ପ୍ରବଳ ମୁଣ୍ଡବିନ୍ଧୁଛି ପତ୍ରତୋଳୁଥିବା ସମୟରେ କଣ ଗୋଟାଏ ପାଦକୁ କାମୁଡିଦେଲା ବୋଲି କହିଥିଲେ, ତାଙ୍କ ଦେହହାତ ଥରି ମୁଣ୍ଡ ବୁଲାଇ ବାନ୍ତି ହୋଇ ଅଚେତ ହୋଇପଡିଥିଲେ। ଏହା ଦେଖି ପରିବାର ଲୋକେ ପ୍ରଥମେ ପାଣ୍ଡ୍ରୀପାଣି ହସପିଟାଲକୁ ନେଇ ଚିକିତ୍ସା କରିଥିଲେ, ସେଠାରେ ତାଙ୍କ ଅବସ୍ଥା ଗରୁତର ହେବାରୁ ରବିବାର ରାତ୍ରରେ ମାଲକାନଗିରି ଜିଲ୍ଲା ହସପିଟାଲକୁ ନେଇ ଚିକିତ୍ସା କରିଥିଲେ। ସେ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ଆଜି ଭୋର ୪ଟାରେ ତାଙ୍କ ମୃତ୍ୟୁଘଟିଛି। ଆଜି ସକାଳେ ସୁକମତିଙ୍କ ମୃତ ଶରୀର ମାଲକାନଗିରି ପୁଲିସ ଜବତ କରି ଶବବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛନ୍ତି।ପ୍ରବଳଖରାରେ କେନ୍ଦୁପତ୍ରତୋଳୁ ଥିବାବେଳେ ଅଂଶୁଘାତ କିମ୍ବା ସାପ କାମୁଡାରେ ସୁକମତିଙ୍କ ମୃତ୍ୟୁଘଟିଛି ବୋଲି ପରିବାର ଲୋକେ କହୁଥିବା ବେଳେ ଶବବ୍ୟବଛେଦ ବିବରଣୀ ଆସିବାପରେ ମୃତ୍ୟୁର ପ୍ରକୃତ ରହସ୍ୟ କଣ ଜଣାପଡିବ ବୋଲି ଅତିରିକ୍ତ ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନିଲକୁମାର ମିଶ୍ର କହିଛନ୍ତି। ମୃତ ସୁକମତି ଅତ୍ୟନ୍ତ ଗରିବ ଓ ତାଙ୍କ ପରିବାରରୁ ସେ ଏକ ମାତ୍ର ରୋଜଗାରକ୍ଷମ ଥିବାବେଳେ ତାଙ୍କ ଆକାଳ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗିପଡିଛନ୍ତି। ତାଙ୍କ ପରିବାରଙ୍କୁ ଜିଲ୍ଲା ପ୍ରଶାସନ ଓ କେନ୍ଦୁପତ୍ର ସଂସ୍ଥା ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ସୂଚନା ଯୋଗ୍ୟ ଯେ କେନ୍ଦୁପତ୍ର ବିଭାଗପକ୍ଷରୁ କେନ୍ଦୁପତ୍ର ତୋଳାଳିଙ୍କୁ ଜୋତା ଟୋପି, ପାଣି ବୋତଲ, ଛତା ଆଦି ଉପକରଣ ଦେବାର ନିୟମ ଥିବାବେଳେ ଅଳ୍ପକିଛି ତୋଳାଳିଙ୍କୁ ଦେଇ ଅନ୍ୟମାନଙ୍କୁ ଦିଆଯାଉନଥିବାର କେନ୍ଦୁପତ୍ର ତୋଳାଳି ଅଭିଯୋଗ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.