Home ଆମ ପର୍ବ ପର୍ବାଣୀ କୁରାଳ ପଞ୍ଚମୀ ପର୍ବର ଶୁଭାରମ୍ଭ

କୁରାଳ ପଞ୍ଚମୀ ପର୍ବର ଶୁଭାରମ୍ଭ

27

ପୁରୀ, ୨୦/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କୁମ୍ଭକାରମାନଙ୍କ କୋରାଳ ପଞ୍ଚମୀ ପର୍ବ ଗତକାଲି ଠାରୁ ଆରମ୍ଭ ହୋଇଛି। ମାର୍ଗଶୀର ମାସ ଶୁକ୍ଳ ପଞ୍ଚମୀ ତିଥିରେ ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କୁ ପୂଜା କରିଥିଲେ। କୁମ୍ଭକାରଙ୍କ ଇଷ୍ଟ ଦେବତା ହେଉଛନ୍ତି ରୁଦ୍ରପାଳ ଓ ରତ୍ନେଶ୍ୱରୀ। କୁମ୍ଭାରଶାଳକୁ ଲିପାପୋଛା କରି ଚକ, ପିଣ୍ଡ, ପିଟଣା ଓ ହାଣ୍ଡିଗଢ଼ା ସରଞ୍ଜାମ ଆଦି ପୂଜାରେ ବସାଯାଇଥାଏ। କୁମ୍ଭାରପଡ଼ା, ଜେନାପୁର, ଟିକରପଡ଼ା ଓ ନୂଆସାହିରେ ଗତ କାଲିଠାରୁ ୫ଦିନ ଧରି ପୂଜା ଆରମ୍ଭ ହୋଇଛି। ଏହି ସମୟରେ ମାଟି ପାତ୍ର ନିର୍ମାଣ ବନ୍ଦ ରହିବ। ପ୍ରାୟ ୧୦ଟି ମଣ୍ଡପରେ ଦେବାଦେବୀଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି। କୁମ୍ଭାର ଶାଳରେ ଚକ୍ରପୂଜା କରାଯାଉଛି। ପରମ୍ପରା ଅନୁଯାୟୀ ଠାକୁରଙ୍କୁ ୫ଦିନରେ ପାଞ୍ଚ ପ୍ରକାରର ଶଙ୍ଖୁଡ଼ି ଭୋଗ କରାଯିବ। ହବିଷ୍ୟାନ୍ନ ଖାଇ ଘରର ମୁଖ୍ୟମାନେ ସଂକଳ୍ପ କରିଥାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.