Home Top News କେନ୍ଦ୍ର ପେନସନଭୋଗୀଙ୍କୁ ବଡ ଆଶ୍ୱସ୍ତି – ୨୮ ଫେବୃଆରୀ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ

କେନ୍ଦ୍ର ପେନସନଭୋଗୀଙ୍କୁ ବଡ ଆଶ୍ୱସ୍ତି – ୨୮ ଫେବୃଆରୀ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ

44

ନୂଆଦିଲ୍ଲୀ ୨୦ ଡିସେମ୍ବର ୨୦-୧୨ (ଓଡ଼ିଆ ପୁଅ) କୋଭିଡ -୧୯ ମହାମାରୀ ମଧ୍ୟରେ ପେନସନଭୋଗୀଙ୍କୁ ବହୁତ ଆଶ୍ୱସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ଶେଷ ତାରିଖକୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ରବିବାରଦିନ ଏହା ଘୋଷଣା କରିଛନ୍ତି।
କର୍ମଚାରୀଙ୍କ ପାଇଁ ମନ୍ତ୍ରୀ କହିଛନ୍ତି, ପେନ୍‌ସନ୍‌ ସେୟାରିଂ ବ୍ୟାଙ୍କଗୁଡିକରେ ସମସ୍ୟା ତଥା ମହାମାରୀ ବିପଦକୁ ଏଡାଇବା ସମେତ ସମସ୍ତ ସମ୍ବେଦନଶୀଳ ଦିଗ ଉପରେ ବିଚାର କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସେ କହିଛନ୍ତି ଯେ, ଏହା ବ୍ୟତୀତ ଅକ୍ଟୋବର ୧ ରୁ ୮୦ ବର୍ଷରୁ ଅଧିକ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ୱିଣ୍ଡୋ ବ୍ୟବସ୍ଥା କରାଯାଇଛି ଯାହାକି ଯାତାୟାତରୁ ରକ୍ଷା ପାଇବା ପାଇଁ ଜୀବନ ପ୍ରମାଣ ସଂଗ୍ରହ କରିଥାଏ।
ସୂଚନାଯୋଗ୍ୟଯେ, ପେନ୍‌ସନ୍‌ ଜାରି ରଖିବା ପାଇଁ ପ୍ରତିବର୍ଷ ଜୀବନ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ପେନ୍‌ସନ୍‌ଏବଂ ପେନ୍‌ସନ୍‌ଭୋଗୀ କଲ୍ୟାଣ ବିଭାଗ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ଡାକ ପେମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ସାମିଲ କରିବା ପାଇଁ ଏକ ଅଭିନବ ନିଷ୍ପତ୍ତି ନେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.