Home ଆନ୍ତର୍ଜାତୀୟ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପୁଣି ଆଗ୍ରହ ପ୍ରକାଶ କଲେ ଟ୍ରମ୍ପ

କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପୁଣି ଆଗ୍ରହ ପ୍ରକାଶ କଲେ ଟ୍ରମ୍ପ

800

ନୂଆଦିଲ୍ଲୀ,୧୦/୦୯,(ଓଡ଼ିଆ ପୁଅ ପି ନାଏକ): କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଗ୍ରହ ଦେଖାଇଛନ୍ତି । ସେ କହିଛନ୍ତି ଯେ, ଦୁଇ ସପ୍ତାହ ତଳ ଅପେକ୍ଷା ଏବେ ଭାରତ-ପାକିସ୍ତାନ ଭିତରେ ଉତ୍ତେଜନା ସାମାନ୍ୟ କମିଛି । ଏଭଳି ସ୍ଥିତିରେ ଯଦି ଦୁଇ ଦେଶ ଇଚ୍ଛା ପ୍ରକାଶ କରନ୍ତି ତେବେ ସେ ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ ଅଛନ୍ତି ।

୨୬ଅଗଷ୍ଟରେ ଜି-୭ ବୈଠକ ଅବସରରେ ଫ୍ରାନ୍ସରେ ଟ୍ରମ୍ପଙ୍କ ସହ ମୋଦି ସାକ୍ଷାତ କରିଥିଲେ । ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ସିଧା ସିଧା କହିଥିଲେ ଯେ, ଭାରତ-ପାକିସ୍ତାନ ଭିତରେ କୌଣସି ପ୍ରସଙ୍ଗର ସମାଧାନ ଲାଗି ତୃତୀୟ ଦେଶର ଆବଶ୍ୟକତା ନାହିଁ । ଏହି ଆଲୋଚନାର ୨ସପ୍ତାହ ପରେ ଟ୍ରମ୍ପ୍ ପୁଣି ଥରେ କାଶ୍ମୀର ରାଗ ଗାଇଛନ୍ତି ।

ହ୍ବାଇଟ୍ ହାଉସରେ ଗଣମାଧ୍ୟମକୁ ଟ୍ରମ୍ପ୍ କହିଛନ୍ତି, କାଶ୍ମୀରକୁ ନେଇ ଭାରତ ଏବଂ ପାକିସ୍ତାନ ଭିତରେ ତିକ୍ତତା ବୃଦ୍ଧି ପାଇଛି । ଧାରା ୩୭୦ ଉଚ୍ଛେଦ ପରେ ଦୁଇ ଦେଶ ଭିତରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଉଭୟ ଦେଶକୁ ସହାୟତା ଲାଗି ମୁଁ ପ୍ରସ୍ତୁତ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.