Home ଅପରାଧ ଦୁଇ ଶିଶୁଙ୍କ ସହ ମା’ଙ୍କ ମୃତଦେହ ମିଳିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଦୁଇ ଶିଶୁଙ୍କ ସହ ମା’ଙ୍କ ମୃତଦେହ ମିଳିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

190

କଳାହାଣ୍ଡି,୧୦/୦୯,(ଓଡ଼ିଆ ପୁଅ ପି ନାଏକ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥାନା ସିଂଗଝରଣ ଗାଁରେ ଦୁଇ ଶିଶୁଙ୍କ ସହ ମା’ଙ୍କ ମୃତଦେହ ମିଳିବା ଘଟଣାରେ ନୂଆ ମୋଡ ଆସିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଦୁଇ ଶିଶୁଙ୍କୁ ହତ୍ୟା କରିଥିଲା ବାପା । ଅଭିଯୁକ୍ତ ବାପାକୁ ଗିରଫ କରିଛି ପୋଲିସ । ପରକୀୟା ପ୍ରୀତି ପାଇଁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଏନେଇ ପ୍ରେସମିଟ୍ ରେ କଳାହାଣ୍ଡି ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ସିଂଗଝରଣ ଗାଁରେ ଘର ଭିତରୁ ଦୁଇ ଶିଶୁଙ୍କ ଗଳାକଟା ମୃତଦେହ ଓ ନିକଟସ୍ଥ ରେଳ ଲାଇନରୁ ମା’ର ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା ପରେ ମା’ ଆତ୍ମହତ୍ୟା କରିଥିବା କୁହାଯାଉଥିଲା । ମୃତ ମା’ ବିମଳା ମାଝୀ, ୨ ଶିଶୁ ହେଲେ ୪ବର୍ଷର ରବୀନ୍ଦ୍ର ମାଝୀ ଓ ୬ବର୍ଷର ଦୁଷ୍ମନ୍ତ ମାଝୀ । ସ୍ବାମୀ ଘରେ ଅନୁପସ୍ଥିତ ଥିବା ବେଳେ ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା କରିବା ପରେ ଗାଁ ନିକଟ ରେଳ ଲାଇନକୁ ଯାଇ ମା’ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.