Home ଓଡ଼ିଶା କଳାହାଣ୍ଡି ମଣ୍ଡି ମାନଙ୍କରେ ବିକ୍ରୀ ହେଉନି ଚାଷୀଙ୍କ ଧାନ, ଧାନ ଉଠାଣ ଦାବି ନେଇ ସଂସଦରେ...

କଳାହାଣ୍ଡି ମଣ୍ଡି ମାନଙ୍କରେ ବିକ୍ରୀ ହେଉନି ଚାଷୀଙ୍କ ଧାନ, ଧାନ ଉଠାଣ ଦାବି ନେଇ ସଂସଦରେ ଆଲୋଚନା

157

କଳାହାଣ୍ଡି – ୧୮/୦୭/୨୦୧୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ମଣ୍ଡି ମାନଙ୍କରେ ଚାଷୀଙ୍କ ଧାନ ଗଦା ହୋଇ ପଡିରହୁଥିବା ବେଳେ ଓଡିଶା ସରକାର ଯୋଗାନ ବିଭାଗ ଚାଷିଙ୍କ ଧାନ କିଣିବାକୁ ମନା କରିଦେଇଥିବା ବେଳେ ରାଜ ରାସ୍ତାରେ ଚାଷି ଅନ୍ଦୋଳନ ହେଉଛି। ଜୁନାଗଡ ବ୍ଲକ ଅନ୍ତର୍ଗତ ବେଳଗୁଡା ମଣ୍ଡି, ଚାରବାହାଲ ମଣ୍ଡି, ହାବସପୁର ମଣ୍ଡି, ଧର୍ମଗଡ ବ୍ଲକର କାଙ୍କେରୀ ମଣ୍ଡି, ଧର୍ମଗଡ ମଣ୍ଡି,  କଲମପୁର ମଣ୍ଡି ଆଦି ବଡ ବଡ ଧାନମଣ୍ଡି ମାନଙ୍କରେ ହଜାର ହଜାର କ୍ୱିଂଟାଲ ଧାନ ପଡିରହୁଥିବା ବେଲେ ଯୋଗାନ ବିଭାଗ ଧାନ କିଣିବାକୁ ମନା କରିଦେଇଥିବା ହେତୁ ଚାଷି ଧାନ ବିକ୍ରୀ କରିପାରିନାହିଁ। ବର୍ଷା ଆଗତ ପ୍ରାୟ ଏବଂ ଆଗାମୀ ଖରିପ ପାଇଁ ପ୍ରସ୍ତୃତ ହେବାକଲୁ ଚାଷି ଅପେକ୍ଷା କରିଥିବା ବେଳେ ମଣ୍ଡିରେ ଧାନକୁ ଜଗି ଜଗି ହଇରାଭ ହରକତ ହେବା ପରେ ଶେଷରେ ରାଜରାସ୍ତାକୁ ଓହ୍ଲାଇଥିବା ଦେଖାଯାଇଥିଲା। ଚାଷି ମାନଙ୍କ ଆନ୍ଦୋଳନ ପରେ ହାବସପୁର ମଣ୍ଡିରେ ବଲାଙ୍ଗୀରର ମିଲର୍ସ ଟେଗିଂ କରାଯାଇ ଧାନ ଉଠାଣ କରାଯାଇଥିବା ବେଳେ ବେଳଗୁଡା ଓ ଚାରବାହାଲ ମଣ୍ଡିର ଚାଷି ମାନେ ୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ସେହିପରି ଦେପୁର ଠାରେ କଲମପୁର ଅଂଚଳର ଚାଷୀମାନେ ଏବଂ ଧର୍ମଗଡ ଚାରିଛକରେ ସେଅଂଚଳର ଚାଷିମାନେ ରାସ୍ତା ଅବରୋଦ କାରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଇତି ମଧ୍ୟରେ ଅନେକଙ୍କ ଦାନ ବର୍ଷାରେ ଗଜା ହୋଇଥିବା ମଧ୍ୟ କୁହାଯାଇଥିଲା। ଯୋଗାଣ ବିଭାଗ ଟାର୍ଗେଟ ନାହିଁ ବୋଲି ଧାନ କିଣି ପାରୁନଥିବା ସଫେଇ ଦେଉଥିବା ବେଳେ ଚାଷୀଙ୍କୁ ଆଗାମୀ ଖରିଫରେ ସେମାନଙ୍କ ଧାନକୁ ଆଗତୁରା କିଣିବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି। ଯଦି ସେଭଲି ହେବ ତେବେ ଆଗାମୀ ଖରିଫର ଧାନ କିପରି କିଣିବେ ବୋଲି ଚାଷି ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଧାନ କିଣା ବ୍ୟବସ୍ଥା ସଂପୂର୍ଣ୍ଣ ବାବେ ମିଲର୍ସ ମାନଙ୍କ ନିୟନ୍ତ୍ରଣରେ ରହୁଥିବା ବେଳେ ସରକାର ସେଥିପ୍ରତି ସଜାଗ ହୋଇପାରୁନାହାନ୍ତି। ଯଦି ଟାର୍ଗେଟ ନାହିଁ ତେବେ ଯେଉଁ ଧାନ ସବୁ କିଣାଯାଇଛି ବୋଲି କୁହାଯାଉଛି ସେସବୁ କଣ କେବଳ କାଗଜପତ୍ରରେ ଦର୍ଶାଯାଇଛି କି ବୋଲି ଚାଷୀ ମହଲରେ ଆଲୋଚନା ହେଉଛି। ମଣ୍ଡି ବ୍ୟବସ୍ଥା ସଂପର୍କରେ ସିବିଆଇ ସ୍ତରରେ ଅନୁସନ୍ଧାନ କରାଯିବାକୁ ଚାଷୀ ମହଲରେ ଦାବି ହେଉଥିବା ବେଳେ ଗତ ୧୭ ତାରିଖ ସଂସଦର ଲୋକସବା ଅଧିବେଶନରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ବାଚସ୍ପତିଙ୍କ ମାଧ୍ୟମରେ କୃଷିମନ୍ତ୍ରୀ ଏସଂପର୍କରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ସେହିପରି ସରକାରଙ୍କ ବିଭଣିନ୍ନ ଯୋଜନା ସହିତ ସେ ସ୍ଥାନୀୟ ଲୋକକଥା – ଘରକେ ବୁଢା ଓ ଜମିକେ ମୁଡା ର ଉଦାହରଣ ଦେଇ ଅଣଜଳସେଚିତ ଅଂଚଳରେ ଜମି ମାନଙ୍କରେ ମୁଡା ଭଲି ଜଳଉତ୍ସ ନିର୍ମାଣ କରାଯିବାର ପ୍ରାଧାନ୍ୟ କୁ ଗୁରୁତ୍ୱ ଦେଇଛନ୍ତି। କଳାହାଣ୍ଡିର ଧାନମଣ୍ଡି ବ୍ୟବସ୍ଥା ସଂପର୍କରେ ଉଚ୍ଚସତରୀୟ ତଦନ୍ତ ହୋଇପାରେ ବୋଲି ଅସାଧୁ ମିଲର୍ସ ମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଯେଉଁ ମିଲର୍ସ ମାନେ ନିଜକୁ ବସନ୍ତ ପଣ୍ଡାଙ୍କ ନିଜ ଲୋକ ବୋଲି ଅତୀତରେ ଯୋଗାଣ ବିଭାଗ, ରାଜସ୍ୱ ବିଭାଗ ଭଲି ଗୁରୁତ୍ୱ ପୂର୍ଣ୍ଣ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଭାବିତ କରି ନିଜ ନିଜ ଫାଇଦା ଉଠାଉଥିଲେ ସେମାନଙ୍କ ଅସଲ ଚେହେରା ଏବେ ପଦାରେ ପଡିଯାଇଥିବା ଚାଷୀ ମହଲରେ ଆଲୋଚନା ହେଉଛି। ଅନ୍ୟ ପକ୍ଷରେ ସାଂସଦ ଚାଷି ମାନଙ୍କ ସାମୁହିକ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି କି ନାହିଂ ତାହା ଆଗାମୀ ସମୟରେ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.