Home ଓଡ଼ିଶା ଜଳଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ: ମିଶନ ମୋଡ୍ ରେ ସବୁ ଘରେ ୨୦୨୪ ସୁଦ୍ଧା...

ଜଳଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ: ମିଶନ ମୋଡ୍ ରେ ସବୁ ଘରେ ୨୦୨୪ ସୁଦ୍ଧା ଜଳ ପହଁଚାଇବା ପାଇଁ ଇସ୍ପାତ ମନ୍ତ୍ରଣାଳୟର ସହଯୋଗର ହାତ – ଧର୍ମେନ୍ଦ୍ର ପ୍ରଧାନ

204

– ଜଳ ଶକ୍ତି ମନ୍ତ୍ରଣାଳୟ ସହ ସହଯୋଗର ହାତ ବଢାଇଲା ଇସ୍ପାତ ମନ୍ତ୍ରଣାଳୟ
– ଉଭୟ ମନ୍ତ୍ରଣାଳୟ ମଧରେ ସହଯୋଗ ବଢିବା ନେଇ ଇସ୍ପାତ୍ ମନ୍ତ୍ରଣାଳୟର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୧୭ (ଓଡ଼ିଆ ପୁଅ) – ୨୦୧୯-୨୦ କେନ୍ଦ୍ରୀୟ ବଜେଟରେ ୨୦୨୪ ସୁଦ୍ଧା ଦେଶର ସମସ୍ତ ଘରକୁ ପାଣି ପହଂଚାଇବାର ଲକ୍ଷ୍ୟ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ତଥା ଇସ୍ପାତ ମନ୍ତ୍ରଣାଳୟକୁ ମିଶି ମିଶନ ମୋଡରେ କାମ କଲେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପୂରଣ ହୋଇ ପାରିବ ବୋଲି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତଙ୍କୁ ପତ୍ର ଲେଖି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉଭୟ ମନ୍ତ୍ରଣାଳୟ ମଧ୍ୟରେ ଭଲ ସହଯୋଗ ପାଇଁ ସେ ତାଙ୍କ ମନ୍ତ୍ରଣାଳୟର ଅଧିକାରୀ ମାନଙ୍କୁ ଜଳ ଶକ୍ତି ମନ୍ତ୍ରଣାଳୟର ଅଧିକାରୀ ମାନଙ୍କ ସହ ସମ୍ପର୍କରେ ରହି କାମ କରିବାକୁ ନିର୍ଦେଶ ଦେଇଥିବା ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜଳ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ନାଗରିକଙ୍କୁ ସଚେତନତା ହୋଇ ଜନଶକ୍ତି ପାଇଁ ଜଳଶକ୍ତି ଅଭିଯାନ ପାଇଁ ଆହ୍ୱାନ କରିଥିବା ବେଳେ ଏହି ଜଳ ଜୀବନ ମିଶନରେ ଇସ୍ପାତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାରଣ, ସବୁ ସ୍ତରରେ ଜଳରୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବାକୁ ହେଲେ ଇସ୍ପାତ ଭଳି ପଦାର୍ଥର ଆବଶ୍ୟକ ରହିଥାଏ। ଫଳରେ ଜଳର ଲିକେଜ୍ କମ୍ ହେବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ମଧ୍ୟ କମ୍ କରାଯାଇପାରିବ। ଷ୍ଟିଲ ପାଇପର ବ୍ୟବହାର ସୁବିଧାଦାୟକ ତଥା ଷ୍ଟିଲରେ ପ୍ରତିରୋଧକ କ୍ଷମତା ଅଧିକ ରହିଥାଏ। ଶ୍ରୀ ପ୍ରଧାନ ଏହି ପତ୍ରରେ ଆହୁରି କହିଛନ୍ତି ଯେ ଏହବ୍ୟତିତ ଷ୍ଟିଲ ବ୍ୟବହାର ଦ୍ୱାରା ଖର୍ଚ୍ଚ ମଧ୍ୟ କମ୍ ହୋଇଥାଏ। ଇସ୍ପାତ୍ର ବ୍ୟବହାର ଜଳସେଚନ ଉଦ୍ଦେଶ୍ୟରେ ମଧ୍ୟ କରାଯାଇପାରେ। ପାଣି ଟାଙ୍କି ଓ ଜଳ ଭଣ୍ଡାର ପ୍ରଭୁତି ଏ ସମ୍ବନ୍ଧିତ କ୍ଷେତ୍ରରେ ଷ୍ଟିଲ ଉପକରଣ ଭାବରେ ସହାୟକ ହୋଇଥାଏ। ସେହିପରି ଜଳ କ୍ଷେତ୍ରରେ ଇସ୍ପାତର ବ୍ୟବହାର ଦ୍ୱାରା ସ୍ୱାସ୍ଥ୍ୟସେବାକୁ ମଧ୍ୟ ଲାଭ ହେବ। ଇସ୍ପାତ୍ ମାଧ୍ୟମରେ କମ୍ ଲିକେଜ୍ ହେବା କାରଣରୁ ଜଳବାହିତ ରୋଗ କମିବ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦିଲ୍ଲୀରେ ଜଳ ପରିବହନ ବିତରଣରେ ୪୫ ପ୍ରତିଶତ ଲିକେଜ୍ ହେଉଛି। ଷ୍ଟିଲ୍ ଦ୍ୱାରା ଏହାକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି।

ଇସ୍ପାତ୍ ମନ୍ତ୍ରାଳୟ “ହର୍ ଘର ଜଳ୍” ଅଥବା ସବୁ ଘରକୁ ପାଣି ମିଶନରେ ସମସ୍ତ ପ୍ରକାଶ ସହଯୋଗ ଓ ସମର୍ଥନ ଦେବ। ଇସ୍ପାତ୍ ମନ୍ତ୍ରଣାଳୟ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ ଏହାକୁ ଏକ ମିଶନ ମୋଡରେ ନେଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଉଭୟ ମନ୍ତ୍ରାଳୟ ମଧରେ ସହଯୋଗ ବଢିବା ନେଇ ଇସ୍ପାତ୍ ମନ୍ତ୍ରାଳୟର ଅଧିକାରୀ ମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତିା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.