Home କଳାହାଣ୍ଡି କଳାହାଣ୍ଡିର କୋକସରା ଠାରେ ସିଭିଲ କୋର୍ଟ ଉଦଘାଟିତ

କଳାହାଣ୍ଡିର କୋକସରା ଠାରେ ସିଭିଲ କୋର୍ଟ ଉଦଘାଟିତ

108

କଳାହାଣ୍ଡି- ୨୬/୦୮/୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ କୋକସରା ଅଂଚଳର ଦୀର୍ଘ ଦିନରୁ ବହୁ ଆକାଂକ୍ଷିତ କୋକସରା ସିଭିଲ ଜଜ ଏବଂ ଜେଏମଏଫସି କୋର୍ଟ ଉଦଘାଟିତ ହୋଇଯାଇଛି । କଳହାଣ୍ଡି ଜିଲ୍ଲା ଜଜ ଶିଶିର କୁମାର ରଥ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କୋକସରା ସିଭିଲ ଜଜ ଜୁନିଅର ଡିଭିଜନ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତର ଉଦଘାଟନ କରିଥିଲେ । ଏହି ଅବସରରେ କୋକସରା ବାର ଏସୋସିଏସନ ସଭାପତି ପଂଚାନନ ବେଶ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ କଳାହାଣ୍ଡି ମୂଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରଞ୍ଜନ କୁମାର ସୂତାର, ରେଜିଷ୍ଠ୍ରାର ସ୍ମୃତି ସ୍ନିଗ୍ଧା ଦାସ,କୋକସରା ସିଜେଜେଡି ତଥା ଜେଏମଏଫସି ଅଭିନନ୍ଦନ ନନ୍ଦ, ଓଡିଶା ବାର କାଉନସିଲ ସଭ୍ୟ ମାନସ ଚାନ୍ଦ, କୋକସରା ବାର ସଂପାଦକ ଲଳିତ ଦାସ ପ୍ରମୂଖ ମଂଚାସୀନ ଥିଲେ । ଏହି ଅବସରରେ ଜିଲ୍ଲା ସିଭିଲ କୋର୍ଟର ବରିଷ୍ଠ ପଦାଧିକାରିଙ୍କ ସମେତ ପୂର୍ବତନ ମନ୍ତ୍ରୀ ପଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ ମୌଷଧି ବାଗ, ଧର୍ମଗଡ ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା, କୋକସରା ବିଡିଓ ଓ ତହସିଲଦାର ତଥା କୋକସରା ଓ ଆମପାଣି ଥାନାଧିକାରୀ ଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ । ଏହି ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବୀ ପୂରଣ ହୋଇଥିବା ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଥିଲା । ଏହା ପୂର୍ବରୁ କୋକସରା ଅଂଚଳର ଜନସାଧାରଣଙ୍କୁ ନ୍ୟାୟ ପାଇବା ପାଇଁ ଧର୍ମଗଡ, ଜୟପାଟଣା ଉପରେ ନିର୍ଭର କରିବାକୁ ପଡୁଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.