ad
ଆନ୍ତର୍ଜାତୀୟ

କପି ରୋକିବା ପାଇଁ ମୁଣ୍ଡରେ କାର୍ଡ ବୋର୍ଡ ଵକ୍ସ

ମେକ୍ସିକୋ,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ମେସ୍କିକୋର ଅଲ୍‌ ସେବିନିୟଲ କଲେଜରେ କପି ରୋକିବା ପାଇଁ ଏକ ଅଜବ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବା ଆରମ୍ଭ ହୋଇଯାଇଛି। କେହି କେହି ଏହାକୁ ଘୋର ବିରୋଧ କରିଛନ୍ତି। ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ କାର୍ଡବୋର୍ଡ ବକ୍ସ ପିନ୍ଧାଇ ଦିଆଯାଉଛି, ଯେପରି ସେମାନେ କପି ନ କରନ୍ତୁ। ମାମଲା ସାମ୍ନାକୁ ଆସିବା ପରେ ବିବାଦ ଦେଖାଦେଇଛି। ଏବେ ଏହାର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୟୁଜରମାନେ ଶିକ୍ଷା ବିଭାଗକୁ କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ କଲେଜ ନିର୍ଦ୍ଦେଶକ ଲୁଇସ୍‌ ଜୁଆରେଜଙ୍କୁ ଏଥିପାଇଁ ଦାୟୀ କରାଯାଇଛି। ଲୋକଙ୍କ କହିବା ହେଲା, ଲୁଇସ୍‌ ଛାତ୍ରମାନଙ୍କୁ ପ୍ରତାଡ଼ିତ କରୁଛନ୍ତି ଏବଂ ମାନବ ଅଧିକାରକୁ ଉଲ୍ଲଂଘନ କରୁଛନ୍ତି। ଛାତ୍ରମାନଙ୍କ ଅଭିଭାବକ ମଧ୍ୟ ଏହି ଫଟୋଗୁଡ଼ିକୁ ସେୟାର କରିବାରେ ଲାଗିଛନ୍ତି।

ମାମଲାକୁ ନେଇ ଏକଜୁଟ ହୋଇଥିବା ଅଭିଭାବକମାନେ କହିଥିଲେ, କପି ରୋକିବା ପାଇଁ ଏହା ବହୁତ କଦର୍ଯ୍ୟ କାମ। ଆମେ ଏହାକୁ ବିରୋଧ କରୁଛୁ। ଏହି ନିଷ୍ପତ୍ତିକୁ ବଦଳାଇବା ପାଇଁ ଶିକ୍ଷା ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛୁ। ଫଟୋରେ ଦେଖାଯାଉଛି, ଛାତ୍ରମାନଙ୍କ ମୁଣ୍ଡରେ କାର୍ଡବୋର୍ଡ ବକ୍ସ ପିନ୍ଧାଯାଇଛି ଏବଂ ସେମାନେ ଅତି କଷ୍ଟରେ ପରୀକ୍ଷା ଦେଉଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top