Home ଜିଲ୍ଲା ପରିକ୍ରମା ‘ଓଡ଼ିଶା ମୋ ପରିବାର’ପକ୍ଷରୁ ରକ୍ତଦାନ ଶିବିର

‘ଓଡ଼ିଶା ମୋ ପରିବାର’ପକ୍ଷରୁ ରକ୍ତଦାନ ଶିବିର

101

ବାଲେଶ୍ୱର, ୧୨ା୮(ଓଡ଼ିଆ ପୁଅ/ଅଭୟ ଦାସ): ଓଡ଼ିଶା ମୋ ପରିବାର ତଥା ଜୀବନ ବିନ୍ଦୁ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଅଭିଯାନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ମହାମାରୀ କରୋନା ଭଳି ସ୍ଥିତିରେ ସାମାଜିକ ଦୂରତା ରକ୍ଷା ସହ ଏଭଳି ଶିବିର ଆୟୋଜ ବେଶ୍ ଦୁଃସାହସିକ ପଦକ୍ଷେପ ବୋଲି ସେ କହିଥିଲେ। ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସାମାଜିକ ଦୂରତାକୁ ବିଶେଷ ଗରୁତ୍ୱ ଦେବା ପାଇଁ ଶ୍ରୀ ଜେନା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ମହମ୍ମଦ ସାହିରୁଲ ହକ୍‌ଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ବରିଷ୍ଠ ଆଇନଜୀବୀ, ଶୈଳିନ୍ଦ୍ର ସିଂହ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ମହେଶ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଚନ୍ଦନେଶ୍ୱର ବେହେରା, ସୌମ୍ୟ ସ, ଗଣେଶ ସାହୁ, ଉମାକାନ୍ତ ଘଡ଼ିଆ, ଟିଟୁ ପରିଡ଼ା, ଭିକି ଭେଗାଦ୍‌, ଭାସ୍କର ଦାସ, ବନମାଳି ବେହେରା, ସଚ୍ଚୀନ୍ଦ୍ର ଦାସ, ରବୀନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଜିଲ୍ଲା ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। ଶିବିର ଶେଷ ସୁଦ୍ଧା ୧୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.